ରାଜକନିକା: ବିଜେପି ବରିଷ୍ଠ ନେତାଙ୍କ ହତ୍ୟା ଘଟଣାକୁ ନେଇ ରାଜକନିକା ବିଜେପିର ଥାନା ଘେରାଉ । ମାହାଙ୍ଗାର ବିଜେପି ବରିଷ୍ଠ ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାକୁ ନେଇ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ଏହାସହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରପଂ ଦାବିରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରା ସହ ରାଜକନିକା ଥାନାକୁ ଘେରାଉ କରାଯାଇଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ଏଥିସହ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରିଛନ୍ତି ରାଜକନିକା ବିଜେପି କର୍ମୀ । ଯଦି ରାଜ୍ୟ ସରକାର ତୁରନ୍ତ ହତ୍ୟା ଘଟଣାାର କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତେବେ ଆନେ୍ଦାଳନ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0