ଭାରତୀୟ ମହିଳା ହକି ଦଳରେ ଓଡିଶାର ୪ ଜଣ ଖେଳାଳି ସାମିଲ ହୋଇଛନ୍ତି । ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ରବିବାର ଆର୍ଜେଣ୍ଟିନା ଗସ୍ତ କରିଛି । ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୫ ଜଣିଆ ଦଳରେ ଓଡିଶାର ୪ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜ । କୋଭିଡ ୧୯ ମହାମାରୀ ପାଇଁ ପାଖାପାଖି ୧ ବର୍, ପରେ ଭାରତୀୟ ଦଳ ବିଦେଶ ଗସ୍ତ କରିଛି । ମହାମାରୀ ଲାଗି ଅନ୍ତର୍ଜାତୀୟ ପ୍ରତିଯୋଗିତା ବନ୍ଦ ଥିବାରୁ ଭାରତୀୟ ଦଳର ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ସ୍ପୋଟରସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ସେଣ୍ଟରରେ ଅଭ୍ୟାସ କରିଥିଲେ । ସମ୍ପ୍ରତି ବିଶ୍ୱ ର୍ୟାଙ୍କିଙ୍ଗରେ ୨ ନମ୍ବର ସ୍ଥାନରେ ଥିବା ଆର୍ଜେଣ୍ଟିନା ବି ପକ୍ଷରେ ଭାରତ ଚଳିତମାସ ୨୬,୨୮,୩୦ ଓ ୩୧ ରେ ୪ ଟି ମ୍ୟାଚ ଖେଳିବ । ଏହା ପୂର୍ବରୁ ଭାରତୀୟ ଦଳ ଯଥାକ୍ରମେ ୧୭ ଓ ୧୮ ତାରିଖରେ ଜୁନିୟର ଏବଂ ବି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ନିଜକୁ ପ୍ରସ୍ତୁତ କରିବ । ତେବେ ଖେଳାଳିମାନେ ଦୀର୍ଘଦିନ ଧରି କଟକଣା ମଧ୍ୟରେ ବାୟୋ ବବଲରେ ରହିଥିଲେ । ଏଥର ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ଏତେଟା ସହଜ ହେବ ନାହିଁ । ତେବେ ଖେଳାଳିମାନେ ପଡିଆକୁ ଫେରି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ୟଗ୍ର ଥିବା ସେମାନେ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0