spot_img

ବାଲେଶ୍ୱର ମଣ୍ଡିରେ ଦାନ କିଣାକୁ ନେଇ ଅନିୟମିତତା

ଭୋଗରାଇ: ବାଲେଶ୍ୱର ଜ଼ିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବାହାର୍ଦ୍ଦା ସେବାସମବାୟ ସମିତିରେ  ସକାଳେ କିଛି ଚାଷୀ ଧାନ ଦେବାକୁ ଆସିଥିଲେ  l ଧାନ ୫ଜଣ ଚାଷୀ ଦେବାପରେ ବାହାର୍ଦ୍ଦା ଗ୍ରାମର ଦୟାନିଧି ପରିଡା ଧାନ ମାପ କରିଥିଲେ l କିନ୍ତୁ ତାଙ୍କ ଧାନ ମାପ କମ ଓଜନ ସନ୍ଦେହ ହେବାରୁ ସେ ପାଖ ଏକ ଦୋକାନକୁ ଯାଇ ପୁଣି ଓଜନ କରିଥିଲେ l ଓଜନ ପରେ ଗୋଟିଏ କୁଇଣ୍ଟାଲ ୧୨ କିଲୋଗ୍ରାମ ଅଧିକା ପାଇଥିଲେ କିନ୍ତୁ ସମବାୟ ସମିତି କଣ୍ଟାରେ ୧୨ କିଲୋଗ୍ରାମ କମ ହେଇଥିଲା l କ୍ୱିଣ୍ଟାଲ ପିଛା ୬କେଜି ଧାନ କଟିଙ୍ଗ କରୁଥିଲା ବେଳେ ପୁଣି ଜଗଉ ଦେଇଥିବା କମ୍ପୁଟର ପାଲରେ ଟେମ୍ପୋରିଂ କରି କୁଣ୍ଟାଲ ପିଛା ୧୨କେଜି କଟା ଯାଉଛି l ଉକ୍ତ ଘଟଣା ଜାଣିପାରି ସ୍ଥାନୀୟ ଅଞ୍ଚଳରେ ଚାଷୀ ମାନେ ଧାନ ମଣ୍ଡିକୁ ବନ୍ଦ କରିବା ସହିତ ସମବାୟ ସମିତିକୁ ମଧ୍ୟ ବନ୍ଦ ରଖିଛନ୍ତି l ଧାନ ବସ୍ଥା ପକାଇ କମର୍ଦ୍ଦା -ଉଲୁଡ଼ା ମୁଖ୍ୟ ରାସ୍ତା ବନ୍ଦ ରଖିଛନ୍ତି l ପୂର୍ବରୁ ଦେଇଥିବା
ସମସ୍ତ ଚାଷୀର ୧୨ କିଲୋଗ୍ରାମ କ୍ଷତି ପୂରଣ ଦେବା ଲାଗି ଦାବି କରିଛନ୍ତି l ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular