ସୋନପୁର : ରାଜ୍ୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୦ ତାରିଖରୁ ମନ୍ଦିର, ମସଜିଦ, ଚର୍ଚ୍ଚ ତଥା ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ, ମନୋରଞ୍ଜନ କାର୍ୟ୍ୟକ୍ରମ, କ୍ରୀଡ଼ା, ସାଂସ୍କୃତିକ କାର୍ୟ୍ୟକ୍ରମ ଜନସାଧାରଣଙ୍କ ସମାଗମ ବନ୍ଦ ରହିଥିଲା। ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ଦୃଷ୍ଟିରେ ଦେଖି ଜନସାଧାରଣ ବିଭିନ୍ନ କାର୍ୟ୍ୟକ୍ରମ କଣ୍ଟେନମେଣ୍ଟ ଜୋନ ବାହାରେ କରିବାକୁ ଦାବି କରୁଥିଲେ। ସ୍ବତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଆଦେଶନାମା ଅନୁଯାଇ ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ୮ ତାରିଖରୁ କୋଭିଡ ନିୟମ ପାଳନ କରାଯାଇ ଧାର୍ମିକ ଅନୁଷ୍ଠାନ, ମନ୍ଦିର, କ୍ରୀଡ଼ା କାର୍ୟ୍ୟକ୍ରମ, ସାଂସ୍କୃତିକ କାର୍ୟ୍ୟକ୍ରମ ଖୋଲିବାକୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଜିଲ୍ଲା କାର୍ୟ୍ୟାଳୟ ଜରୁରୀକାଳୀନ ବିଭାଗ ପତ୍ର ଅନୁଯାୟୀ ଆଦେଶନାମା ଜାରି କରିଛନ୍ତି। ଏହି କାର୍ୟ୍ୟକ୍ରମ ମାନଙ୍କରେ ଶହେ ଲୋକ ଏକତ୍ରିତ ହୋଇପାରିବେ। ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ ପ୍ରମୁଖ ଧାର୍ମିକ ଅନୁଷ୍ଠାନ ଏବଂ ପୂଜା ସ୍ଥାନରେ ଲୋକଙ୍କ ପ୍ରବେଶକୁ ନେଇ ଦେବୋତ୍ତର ବିଭାଗର କାର୍ୟ୍ୟନିର୍ବାହୀ ଅଧିକାରୀ, ସ୍ଥାନୀୟ ତହସିଲଦାର, ସ୍ଥାନୀୟ ଆଇଆଇସି, ପଞ୍ଚାୟତିରାଜ ପ୍ରତିନିଧି, ମନ୍ଦିର ପରିଚାଳନା କମିଟି ସଦସ୍ୟ, ଧାର୍ମିକ ଅନୁଷ୍ଠାନ ପରିଚାଳନା କମିଟି ସଦସ୍ୟ, ମନ୍ଦିର ଟ୍ରଷ୍ଟି ମାନଙ୍କୁ ନେଇ ଏକ ବୈଠକ ହେବ। ଗ୍ରାମାଞ୍ଚଳରେ ଥିବା ମନ୍ଦିର ମାନଙ୍କରେ କିଭଳି ଏସ୍ଓପି ପାଳନ ହେବ ରାଜସ୍ବ ନିରୀକ୍ଷକ ସେଥିପାଇଁ ଗ୍ରାମ୍ୟ ମୁଖିଆ, ସେବାୟତଙ୍କ ସହ ଆଲୋଚନା କରିବେ। ସପ୍ତାହରେ କେବଳ ରବିବାର ମନ୍ଦିର, ମସଜିଦ୍ ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ଏବଂ ଚର୍ଚ୍ଚ ଶନିବାର ଦିନ ବନ୍ଦ ରହିବ। ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ପାଳନ କରିବାକୁ ଗୁରୁତ୍ବ ଦିଆଯିବା ସହ ଅନ୍ୟାନ୍ୟ କୋଭିଡ ନିୟମାବଳୀ ପାଳନ କରିବାକୁ ଆଦେଶନାମା ଜାରି କରାଯାଇଛି। କୋଭିଡ ଏସଓପି ପାଳନ ଉଲ୍ଲଂଘନ କରୁଥିବା ଅନୁଷ୍ଠାନକୁ କୋଭିଡ ସଂକ୍ରମଣ ଦୂରହେବା ପର୍ୟ୍ୟନ୍ତ ବନ୍ଦ କରାଯିବ ବୋଲି ଆଦେଶନାମାରେ ଦର୍ଶାଯାଇଛି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0