ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜପୁର ଜିଲ୍ଲାରେ ମଙ୍ଗଳବାର ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଗାଙ୍ଗଲୁର ଥାନା ଅନ୍ତର୍ଗତ ହିର୍ମଗଣ୍ଡ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ରିପୋର୍ଟ ପାଇବା ପରେ ୨୧୦ କୋବ୍ରା ଏବଂ ୮୫ ସିଆରପିଏଫ ଯବାନ ଯାଇ ସେଠାରେ ଚଢ଼ାଉ କରିଥିଲେ। ନକ୍ସଲ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ । ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା। ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ, ଧନୁ ଓ ତୀର ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0