ବାଲିଆପାଳ: ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବିରେ ବାଲିଆପାଳ ସିଡିପିଓ ଅଫିସ୍ ସମ୍ମୁଖ ରେ ଗ୍ରାମବାସୀଙ୍କ ଧାରଣା l ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାନତାଳପଦା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ କାର୍ୟ୍ୟରତ କର୍ମୀ ମମତା ଜେନାଙ୍କ ବଦଳି ଦାବି ନେଇ l ଆଜି ବାଲିଆପାଳ ସି ଡି ପି ଓ ଅଫିସ ସମ୍ମୁଖରେ ଗ୍ରାମବାସୀ ଧାରଣାରେ ବସିଛନ୍ତି l ଗ୍ରାମବାସୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଅଙ୍ଗନବାଡି କର୍ମୀ ମମତା ଜେନାଙ୍କ ନାମରେ ପୂର୍ବରୁ ଅନୈତିକ କାରବାରରେ ଲିପ୍ତ ରହୁଥିବା ନେଇ ଅଭିଯୋଗ ହୋଇଥିଲା l ଏଥିସହିତ ସେ ହିତାଧିକାରୀ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଖାଦ୍ୟ ସାମଗ୍ରୀ ଠିକ୍ ଭାବେ ବଣ୍ଟନ କରୁନଥିଲେ l ଅଭିଯୋଗ ପରେ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବିତ କରାଯାଇଥିଲା l ତାଙ୍କ ସ୍ଥାନରେ ଜାମକୁଣ୍ଡା – ୨ ଅଙ୍ଗନବାଡି କର୍ମୀ କାର୍ୟ୍ୟ ତୁଲାଉଥିଲେ । ମାତ୍ର ପୂନର୍ବାର ଗ୍ରାମବାସୀଙ୍କ ଅଗୋଚରରେ ପୁଣି ସେହି ଅଙ୍ଗନବାଡି କେନ୍ଦ୍ରରେ କାର୍ୟ୍ୟରେ ଯୋଗଦେଇ ଥିଲେ l ଏନେଇ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା l ଏଣୁ ବାଧ୍ୟ ହୋଇ ତୁରନ୍ତ ବହିଷ୍କାର ଦାବି ନେଇ ଗ୍ରାମବାସୀ ମାନେ ଧାରଣା ଦେଇଛନ୍ତି l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0