ସିଡନୀ: ଆସନ୍ତା ଜାନୁଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟେଅଲିଆ ତୃତୀୟ ମ୍ୟାଚ । ଏଥିଲାଗି ଉଭୟ ଦଳ ସୋମବାର ସିଡ୍ନୀର ପହଞ୍ଚିଛନ୍ତି। ତେବେ ସିଡ୍ନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତୀୟ ଖେଳାଳିଙ୍କୁ କଠୋର କୋଭିଡ୍ ନିୟମ ଲିଖିତ ଭାବେ ଦିଆଯାଇଛି। ଭାରତୀୟ ଦଳ ବିନା ସର୍ତ୍ତରେ ଏହା ମାନିବାକୁ ରାଜିହୋଇଛି। ମେଲ୍ବୋର୍ଣ୍ଣ େଟଷ୍ଟ ପରେ ଭାରତୀୟ ଖେଳାଳି କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ରେଷ୍ଟୁରାଣ୍ଟରେ ଭୋଜନ କରିବା ପରେ ଭାରତୀୟ ଦଳ ମ୍ୟାନେଜମେଣ୍ଟ ଅଧିକ ସତର୍କତା ଅବଲମ୍ବନ ଆରମ୍ଭ କରିଛି। ଦଳର ସମସ୍ତ ଖେଳାଳି କଡ଼ାକଡ଼ି ଭାବେ କୋଭିଡ୍ ନିୟମ ମାନିବା ଏବଂ ଅଭ୍ୟାସ ପରେ ହୋଟେଲ୍ ରୁମ୍ ମଧ୍ୟେର ରହିବା ଲାଗି ଖେଳାଳିଙ୍କୁ ଦଳ ମ୍ୟାନେଜମେଣ୍ଟ ତାଗିଦ୍ କରିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0