ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ପଡ଼ିଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ। ଏହି ନୋଟ୍ ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି।
ଆଜି ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ମାତ୍ର ଏହି ଟଙ୍କା କାହାର ଜଣାପଡ଼ି ନାହିଁ। ରାସ୍ତା ଉପରେ ଟଙ୍କା ପଡ଼ିଥିଲେ ମଧ୍ୟ କେହି ଉଠାଉ ନାହାନ୍ତି। ଲୋକମାନେ ନିଜର ସାଧୁତା ଦେଖାଇବାକୁ ଯାଇ ରାସ୍ତାରେ ପଡ଼ିଥିବା ଟଙ୍କା ଦେଖିବା ପାଇଁ ଭିଡ ଜମାଇଛନ୍ତି। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ସେଠାରେ ପହଞ୍ଚି ଜଗି ରହିଛି। ହେଲେ ପୁଲିସ ଟଙ୍କା ଉଠାଉ ନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗଙ୍ଗନଗର ଛକରେ ଦୁଇଟି ବାଇକ୍ ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍ଙ୍କ ବ୍ୟାଗରୁ ଟଙ୍କା ଖସି ପଡ଼ିଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଟଙ୍କା ନଉଠାଇ ପଳାଇ ଯାଇଥିବା ଜଣାପଡ଼ିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0