ମୁମ୍ବାଇ: କରୋନା ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ଅବସ୍ଥା ଧୀରେଧୀରେ ସୁଧୁରିବାରେ ଲାଗିଛି। ମନ୍ଦିର ଓ ଅନ୍ୟ ଧାର୍ମିକସ୍ଥଳ ପରେ ୯ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ। ଏହି ଅନୁମତି ପରେ ଗତ ସୋମବାର ସକାଳେ ସ୍କୁଲ ଖୋଲିଥିଲା। କରୋନାକୁ ନେଇ ଜାରି ହୋଇଥିବା ନୂଆ ଗାଇଡଲାଇନ ମୁତାବକ ସ୍କୁଲରେ ଶିକ୍ଷକଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୬୨ଜଣ ଶିକ୍ଷକଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଥିଲା। ରାଜ୍ୟର ୧୩୨୪ ଗ୍ରାମୀଣ ଏବଂ ସହର ଅଞ୍ଚଳରେ ଥିବା ୮୪୬ ସ୍କୁଲରେ ନବମଠାରୁ ଦ୍ବାଦଶ ପର୍ୟ୍ୟନ୍ତ ଶିକ୍ଷାର୍ଥୀଙ୍କୁ ପାଠପଢ଼ା ଆରମ୍ଭ କରାଯାଇଛି। କରୋନା ମାର୍ଗଦର୍ଶିକା ଅନୁସାରେ ୭୦୬୩ ଶିକ୍ଷକ ଏବଂ ୨୫୦୦କର୍ମଚାରୀଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୬୨ଶିକ୍ଷକ ଏବଂ ୧୦ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବା କୁହାଯାଉଛି। ସ୍କୁଲରେ କରୋନା ସଂକ୍ରମଣ ରୋକିବା ପାଇଁ କରୋନା ଗାଇଡଲାଇନର ପାଳନ କରାଯାଉଛି। ଗୋଟିଏ ଦିନରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯାଇଛି। ସେହିପରି ପଞ୍ଜାବର ଅମ୍ବାଲାରେ ବି କିଛି ସ୍କୁଲ ଖୋଲିଥିବା ବେଳେ ଅଧ୍ୟାପକ ଓ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ କରୋନା ଗାଇଡଲାଇନକୁ ଧ୍ୟାନରେ ରଖିବା ସହିତ ସଂକ୍ରମଣକୁ ରୋକିବା ପାଇଁ ପୂରା ପଦକ୍ଷେପ ନିଆଯାଉଥିବା ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0