spot_img

୬୨ ବର୍ଷରେ ପାଦ ଥାପିଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟ ତାରକା କପିଲ ଦେବ ୬୨ ବର୍ଷରେ ପାଦ ଥାପିଛନ୍ତି । ସେ ୧୯୫୯ ଜାନୁଆରୀ ୬ରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ । ତେବେ ଭାରତ ପାଇଁ ପ୍ରଥମଥର ୧୯୮୩ରେ ସେ ବିଶ୍ୱକପ ଜିତିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚରେ ତାଙ୍କର ବ୍ୟାଟିଂ ଏବଂ ମ୍ୟାଚର ଦିଗ ପରିବର୍ତ୍ତନ କରିଥିବା କଷ୍ଟସାଧ୍ୟ କ୍ୟାଚ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଛି । ସେ ୧୩୧ ଟି ଟେଷ୍ଟ ମ୍ୟାଚରେ ୧୮୪ ଥର ଖେଳି ୫୨୮୯ ରନ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ୮ଟି ଶତକ ଏବଂ ୨୭ଟି ଅର୍ଦ୍ଧ ଶତକ ରହିଛି । ସେହିପରି ୨୫୫ଟି ଏକ ଦିବସୀୟ ମ୍ୟାଚରେ ୧୯୮ ଥର ଖେଳି ସେ ୩୭୮୩ ରନ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ଗୋଟିଏ ଶତକ ଏବଂ ୧୪ଟି ଅର୍ଦ୍ଧ ଶତକ ରହିଛି । ଅନ୍ୟପଟେ ୧୯୮୦ରେ ସେ ରୋମି ଭାଟିଆଙ୍କୁ ବିବାହ କରିଥିଲେ । ତାଙ୍କ ଝିଅଙ୍କ ନାମ ଅମିୟା ଦେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular