ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଗୋର୍ଲା ପଞ୍ଚାୟତର କୁସୁମଗୋର ଗାଁର ୧୮ ବର୍ଷିୟ ରୁଦ୍ର ହାତୀ ଓ ଅନ୍ୟ ୮ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ରୁଦ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆଜି ସକାଳେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ରୁଦ୍ରଙ୍କ ପରିବାରର ସଜମନି ହାତୀ, ଅମ୍ବିକା ହାତୀ, ଉଦ୍ଧବ ହାତୀ, ଲୋକନାଥ ହାତୀ ଏବଂ ପୁସ୍ତମ ହାତୀଙ୍କ ସମେତ ମୋଟ ୮ଜଣ ଗୁରୁତର ହେବା ପରେ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଣେ ନୂଆପଡ଼ାରୁ ଏକ ଡାକ୍ତରୀ ଦଳ ଯାଇ କୁସୁମଗୋର ଗାଁରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବାର ଖବର ମିଳିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0