ନୂଆପଡା: ନୂଆପଡା ଜିଲ୍ଲା କୋମନା ପଞ୍ଚାୟତ ବୀରସିଂହପଡାରେ ବାଘ ଆତଙ୍କ। କିଛି ଦିନ ମଧ୍ୟରେ ଗାଁରେ ଦୁଇଟି ଛେଳି ଓ ମେଣ୍ଡାଙ୍କୁ ମାରି ଖାଇଦେଇଛି ବାଘ ମୃତ୍ୟୁ। ସେହିପରି ବାଘ ଆକ୍ରମଣରେ ଗୋଟିଏ ବଳଦ ମଧ୍ୟ ଗରୁତର ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ପାଇ କୋମନା ବନ ଅଧିକାରୀ ଗାଁରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି।
ସୂଚନା ମୁତାବକ, ଦୁଇ ଦିନ ତଳେ ବୀରସିଂ ପଡାର ନବୀନ ମାଝୀ ଘର ପାଖରେ ଛେଳି ଚରାଉ ଥିବାବେଳେ ହଠାତ ଏକ କଳରାପତରିଆ ବାଘ ଆସି ଛେଳି ଓ ମେଣ୍ଢାକୁ ଟେକି ନେଇ ପଳାଇଥିଲା। ସେହିଦିନ ରାତିରେ ହିଁ ଗାଁର ବନବାସ ମାଝିଙ୍କ ଏକ ବଳଦକୁ ବାଘ ଆକ୍ରମଣ କରି ଗୁରୁତର କରିଥିଲା ବାଘ। ସେହିପରି କିଛି ଦିନ ତଳେ ୨ଟି ବଳଦକୁ ମାରି ଖାଇ ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ବାଘ ଭୟରେ ଲୋକେ ଭୟଭୀତ ହୋଇପଡିଥିବା ବେଳେ ଆତଙ୍କ ଖେଳିଯାଇଛି। ତେବେ ବାଘଟି କେଉଁଠୁ ଆସିଲା, କେଉଁଠି ରହିଛି ସେନେଇ କୋମନା ବନ ବିଭାଗ ତନାଘନା ଚଳାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0