spot_img

‘ନାଗିନ୍‌-୫’ରେ କିଏ ହେବେ ନୂଆ ନାଗୁଣୀ ?

କଲର୍ସ ଚ୍ୟାନେଲର ଲୋକପ୍ରିୟ ଧାରାବାହିକ ‘ନାଗିନ୍‌-୪’ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ଶୋ’ର କାହାଣୀକୁ ଏକାଠି କରି ଖୁବ୍ ଶୀଘ୍ର ଏହାକୁ ଶେଷ କରିଦିଆଯିବ । ଏକତା କପୁରଙ୍କ କହିବାନୁସାରେ ‘ନାଗିନ୍‌-୫’ ଖୁବ୍ ଶୀଘ୍ର ନୂଆ ରୂପରେ ଟେଲିଭିଜନ୍ ପରଦାକୁ ଆସିବ । ‘ନାଗିନ୍‌-୫’ରେ କିଏ ଲିଡ୍ ରୋଲରେ ରହିବେ, ତାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମୌନୀ ରାୟ, ସୁରଭି ଜ୍ୟୋତି, ନିଆ ଶର୍ମାଙ୍କ ପରେ କିଏ ହେବେ ନୂଆ ନାଗିନ୍‌? ଏବେ ଏହା ଉପରୁ ପର୍ଦ୍ଦା ଉଠୁଥିବା ନଜର ଆସୁଛି । ‘ନାଗିନ-୫’ର ନୂଆ ପ୍ରମୋ ସାମ୍ନାକୁ ଆସିଛି । ଏହାକୁ ଦେଖି ପ୍ରଶଂସକମାନେ ନୂଆ ନାଗିନ୍ ହିନା ଖାନ୍ ବୋଲି ଅନୁମାନ କରିଛନ୍ତି । ତେବେ ଏନେଇ ଚ୍ୟାନେଲ ତରଫରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ଚ୍ୟାନେଲରେ ‘ନାଗିନ୍ -୪’ ର କ୍ଲାଇମାକ୍ସର ପ୍ରମୋ ଶେୟାର କରାଯାଇଛି । ଯେଉଁଥିରେ ନିଆ ଶର୍ମା ତାଙ୍କ ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେଉଥିବାର ଦେଖାଯାଇଛି । ୨୫-୨୬ ଜୁଲାଇରେ ଶେଷ ଭାଗର ପ୍ରସାରଣ କରାଯିବ । ଲକ୍‌ଡାଉନ୍ ଯୋଗୁଁ ଏହାକୁ ଶୀଘ୍ର ଶେଷ କରାଯାଉଛି ବୋଲି ଏକତା କପୁର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular