spot_img

ସୁଟିଂ ଅପେକ୍ଷାରେ ଆବାସ ମସ୍ତାନଙ୍କ ପ୍ରଥମ ଓଟିଟି ଫିଲ୍ମ

ବଲିଉଡର ପ୍ରସିଦ୍ଧ ଫିଲ୍ମ ନିଦେ୍ର୍ଦଶକ ଅବାସ ମସ୍ତାନଙ୍କ ଯୋଡି, ପ୍ରଥମ ଡିଜିଟାଲ ଫିଲ୍ମ ନିର୍ମାଣ କରିବାକୁ ଯାଉଅଛି । ଫିଲ୍ମ ‘ପେଣ୍ଟହାଉସ’ କୁ ନେଇ ଏବେ ସିନେ ଜଗତରେ ଖୁବ୍ ଚର୍ଚ୍ଚା ଧରିଛି । ଫିଲ୍ମ ଓ ଏହାର କଳାକାରମାନଙ୍କର ସମସ୍ତ ଖବର ଗୋପନୀୟ ରଖାଯାଥିଲେ ମଧ୍ୟ ମିଡିଆ ରିପୋର୍ଟ ଅନୁଯାୟୀ, ଏହା ଏକ ରହସ୍ୟ ଥିଲର ଫିଲ୍ମ ଅଟେ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବବି ଦେଓଲ, ଅର୍ଜୁନ ରାମପାଲ ଏବଂ ଶରମନ ଜୋଶୀ ନଜର ଆସିବେ । ଓଟିଟି ଫରମାର୍ଟରେ ଆବାସ ମସ୍ତାନଙ୍କର ଏହା ପ୍ରଥମ ଫିଲ୍ମ ହେବ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବବି ନଜର ଆସିବା ପରେ ଏହା ତାଙ୍କର ଆବାସ ମସ୍ତାନଙ୍କ ସହ ୧୩ ତମ ଫିଲ୍ମ ହେବାକୁ ଯାଉଛି । ପୂର୍ବରୁ ତାଙ୍କ ସହ ସେ ସୋଲଜର,ଅଜନବି, ହମରାଜ ପରି ସୁପରହିଟ୍ ଫିଲ୍ମ ରେ କାମ କରିସାରିଛନ୍ତି । ମୁମ୍ବାଇର ଗୋରେଗାଁଓସ୍ଥିତ ଫିଲ୍ମସିଟିରେ ଗୋଟିଏ ବଡ ସେଟ୍ ପାଇଁ ଅନୁମତି ନେଇ କଥାବର୍ତ୍ତା ଚାଲିଛି । ଫିଲ୍ମର ନିର୍ମାତା ଏନେଇ ମହାରାଷ୍ଟ୍ର ଫିଲ୍ମ ଥିଏଟର ଏବଂ କଲଚର୍ ଡେଭଲପମେଣ୍ଟ ସହ କଥାବର୍ତ୍ତା ଜାରି ରଖିଛନ୍ତି । ସରକାରଙ୍କ ସମସ୍ତ ନୀତିନିୟମ ପାଳନ ପୂର୍ବକ ଏହି ଫିଲ୍ମର ସୁଟିଂ ଆଗାମୀ ସେପଟେମ୍ବରରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ଫିଲ୍ମର ସୁଟିଂ ଗତ ଏପ୍ରିଲ ମାସରେ ହେବାକୁ ଥିବା ବେଳେ କରୋନା କଟକଣା ପାଇଁ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular