ମୁମ୍ବାଇ : ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ ଖାନ ଜାନୁଆରୀ ୯ ତାରିଖରେ ନିଜର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୬୫ ମସିହା ଜାନୁଆରୀ ୯ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଫରାହ ଖାନ। ଜନ୍ମଦିନରେ ବଲିଉଡ ସେଲିବ୍ରିଟି ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଫରାହ ଖାନଙ୍କୁ ସର୍ବୋତ୍ତମ କୋରିଓଗ୍ରାଫି ପାଇଁ ୫ଟି ଆୱାର୍ଡ ମିଳିଛି। ସେ ଅନେକ ରିଆଲିଟି ଶୋ’ରେ ଜଜ ମଧ୍ୟ ହୋଇଛନ୍ତି।
ବଲିଉଡରେ ଅନେକ ସଂଘର୍ଷ କରି ଫରାହ ଖାନ ସଫଳତା ହାସଲ କରିଛନ୍ତି। ସେ ଅନେକ ସୁପରଷ୍ଟାରଙ୍କୁ ଡ୍ୟାନ୍ସ ଶିଖାଇଛନ୍ତି। ସେ ବଲିଉଡରେ ୧୦୦ ରୁ ଅଧିକ ଗୀତ ପାଇଁ କୋରିଓଗ୍ରାଫି କରି ସାରିଛନ୍ତି। ଫରାହ ଖାନଙ୍କ ପିତା କାମରାନ ଖାନ ଜଣେ ଅଭିନେତା ଓ ନିର୍ଦ୍ଦେଶକ ଥିଲେ। ଫରାହଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ପିତାଙ୍କ ନିଧନ ପରେ ପରିବାରର ସବୁ ଦାୟିତ୍ତ୍ୱ ଫରାହ ଖାନଙ୍କ ଉପରେ ପଡିଲା। ଘର ଚଳାଇବାକୁ ସେ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିବା ଆରମ୍ଭ କଲେ। ସେ କଳାକାରଙ୍କୁ ନୂଆ ନୂଆ ସ୍ଟେପ ଶିଖାଉଥିଲେ। ୧୯୯୩ ତାଙ୍କ ପାଇଁ ବହୁତ ଲକି ଥିଲା। ସେ ଫିଲ୍ମ ‘ଜୋ ଜିତା ୱହି ସିକନ୍ଦର’ର ଗୀତ ‘ପହଲା ନାଶ ପହଲା ଖୁମାର’ର କରିଓଗ୍ରାଫି କରିଥିଲେ। ଏହି ଗୀତ ବହୁତ ହିଟ ହୋଇଥିଲା। ଏହାପରେ ତାଙ୍କ ଜୀବନରେ ସଫଳତା ସିଢି ଚଢିବା ଆରମ୍ଭ କଲେ। ଏହାପରେ ସେ ଶାହରୁଖ ଖାନଙ୍କ ‘କଭି ହାଁ କଭି ନା’ର ଗୀତ କୋରିଓଗ୍ରାଫ କରିଥିଲେ ଏବଂ ଏହାପରେ ଶାହରୁଖଙ୍କ ସହ ବନ୍ଧୁତା ହୋଇଯାଇଥିଲା। ଫିଲ୍ମ ସେଟ୍ରେ ଶିରୀଶ କୁନ୍ଦରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଶିରୀଶଙ୍କୁ ୨୫ ବର୍ଷ ବୟସ ହୋଇଥିବାବେଳେ ଫରାହଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପକ ଗଢି ଉଠିଥିଲା। ଶିରୀଶ ଫରାହଙ୍କୁ ପ୍ରପୋଜ କଲେ ଓ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ତାଙ୍କର ୩ ସନ୍ତାନ ଅଛନ୍ତି। ଫରାହ ଓ ଶିରୀଶ ମିଶି ଅନେକ ବଡ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0