କୋଲକତା: ଆଗକୁ ଆସୁଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଖିରେ ରଖି ଭାଜପା ମିଶନ ପଶ୍ଚିମବଙ୍ଗ ଯୋଜନା ଆରମ୍ଭ କରୁଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ପୁଣିଥରେ ରାଜ୍ୟଗସ୍ତରେ ଆସିଛନ୍ତି । ବର୍ଦ୍ଧମାନରେ ୯ କିଲୋମିଟର ରୋଡ ସୋ’ରେ ନଡ୍ଡା ଯୋଗଦେବେ । ଏହି ଅବସରରେ ସେ ଘର ଘର ଅନ୍ନଦାତାଙ୍କ ପରିବାରରୁ ଏକ ମୁଠା ଚାଉଳ ସଂଗ୍ରହ କରିବେ । ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୪ ପର୍ଯ୍ୟନ୍ତ ଜାରି ରହିବ । ଜାନୁଆରୀ ୨୫ ରୁ ୩୦ ମଧ୍ୟରେ ସଂଗୃହିତ ଚାଉଳ ଦ୍ୱାରା କମୁ୍ୟନିଟ୍ କିଚେନ ଆରମ୍ଭ କରାଯିବ । ରନ୍ଧା ଖାଦ୍ୟକୁ ଗରିବ ଏବଂ ଚାଷୀ ପରିବାରଙ୍କୁ ପ୍ରଦାନ କରାଯିବ । ରାଜ୍ୟର ୨୩ ଟି ଜିଲ୍ଲାର ୪୮ ଗାଁରେ ଏହି ଅଭିଯାନ ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫ୍ ବାହିନୀଙ୍କୁ ମୁତୟନ କରାଯାଇଛି । ଏହା ଦ୍ୱାରା ରାଜ୍ୟର ୭୪ ଲକ୍ଷ ଚାଷୀ ପରିବାରଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0