spot_img

ରିଷ୍ଟ୍ ବ୍ୟାଣ୍ଡ୍ କରିବ ପଜିଟିଭଙ୍କୁ ଟ୍ରାକ୍

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏମ୍ସ ନାଗପୁର, ଆଇଆଇଟି ଯୋଧପୁର ଏବଂ ଆଇଆଇଟି ନାଗପୁର ମିଳିତ ଭାବେ ଏକ ସ୍ବତନ୍ତ୍ର ରିଷ୍ଟ୍ ବ୍ୟାଣ୍ଡ୍ ତିଆରି କରିଛନ୍ତି । ଅନଲାଇନ୍ ମୋବାଇଲ ଆପ୍ ତୁଳନାରେ ଏହା ଅଧିକ ଫଳପ୍ରଦ । ଏହା ଦ୍ୱାରା ସନ୍ଦିଗ୍ଧ ରୋଗୀଙ୍କୁ ସହଜରେ ଟ୍ରାକ୍ କରାଯାଇପାରିବ । ରିଷ୍ଟ୍ ବ୍ୟାଣ୍ଡ୍ ପିନ୍ଧିଥିବା ବ୍ୟକ୍ତି ନିଜ ଶରୀରର ତାପମାତ୍ରା, ପଲ୍ସ ରେଟ୍, ଶ୍ୱାସକ୍ରିୟା ସହ ଅକ୍ସିଜେନ୍ ସ୍ତର ଜାଣିପାରିବେ । କୋଭିଡ଼୍-୧୯ ର କୌଣସି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ତୁରନ୍ତ ମେଡ଼ିକାଲ ସହାୟତା ନେଇପାରିବେ । ଏହା କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular