spot_img

ବର୍ଷାଦିନେ କିପରି ନେବେ କେଶର ଯତ୍ନ?

ଗରମରୁ ମୁକ୍ତି ପାଇଁ ଆମେ ବର୍ଷାକୁ ଅପେକ୍ଷା କରିଥାଉ । ବର୍ଷାଋତୁରେ ଆମକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଏହି ଋତୁରେ କେଶ ତଥା ତ୍ୱଚାର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । କିପରି ଏହାର ଯତ୍ନ ନେବା, ଚାଲନ୍ତୁ ସେ ବିଷୟରେ ଜାଣିବା
-ବର୍ଷାଦିନେ ବାୟୁମଣ୍ଡଳ ଆର୍ଦ୍ର ଥାଏ । ସେଥିପାଇଁ କେଶ ମୂଳ ତୈଳାକ୍ତ ହୋଇଯାଏ । ସେଥିପାଇଁ ଆପଣ ସଲଫେଟ୍ ମୁକ୍ତ କ୍ଲିନ୍‌ଜର ବ୍ୟବହାର କରନ୍ତୁ । ସାମ୍ପୁ କରିବା ସମୟରେ କେଶ ମୂଳକୁ ଭଲ ଭାବେ ରଗଡ଼ନ୍ତୁ । ଏହା ଦ୍ୱାରା କେଶ ଶକ୍ତ ହେବ ।
– କେଶରେ ସିରମ୍ ଓ କଣ୍ଡିଶନର ଲଗାଇବା ଦ୍ୱାରା କେଶ ଛନ୍ଦି ହେବାରୁ ରକ୍ଷା ପାଇଥାଏ । ଏହି ସମୟରେ କେଶରେ ଗ୍ଲିସେରିନ୍‌, ମହୁ ଓ ଘିକୁଆଁରୀ ଲଗାନ୍ତୁ ନାହିଁ । ଏହା ଦ୍ୱାରା କେଶର କୋମଳତା କମିଥାଏ ।
– କେଶ ଓଦା ଥିଲେ ଏହାକୁ ବାନ୍ଧନ୍ତୁ ନାହିଁ । ଏହାଦ୍ୱାରା ସଂକ୍ରମଣର ଆଶଙ୍କା ବଢ଼ିଥାଏ । ବର୍ଷାରେ ଓଦା ହେବା ପରେ ଶାମ୍ପୁରେ କେଶକୁ ଧୋଇନିଅନ୍ତୁ ।
– ବର୍ଷାଋତୁରେ କେଶ ରୁକ୍ଷ ହୋଇଯାଏ । ଯେଉଁ ମହିଳାମାନେ କେଶ ରଙ୍ଗ କରିଥାଆନ୍ତି, ସେମାନଙ୍କ କେଶର ଚମକ କମିଯାଏ । ସେଥିପାଇଁ କେଶରେ ମାସ୍କ ଲଗାଇବା ଜରୁରୀ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular