ମୁମ୍ବାଇ: ମହାରାଷ୍ଟ୍ର ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡଣବିସଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ଏହା ବ୍ୟତୀତ ଫଡଣବିସଙ୍କ ସୁରକ୍ଷାରେ ମୁତୟନ ବୁଲେଟ୍ ପ୍ରୁଫ ଗାଡିକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଅପରପକ୍ଷେ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର ସରକାରଙ୍କ ଏହି ପଦକ୍ଷେପକୁ କଡା ସମାଲୋଚନା କରିଛନ୍ତି। ଏଥିସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛନ୍ତି। ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଓ ଅନ୍ୟ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଛି। ଏହା ବ୍ୟତୀତ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁନଙ୍ଗଟିଓ୍ଵାର ସହିତ କିଛି ବିଜେପି ନେତାଙ୍କ ସୁରକ୍ଷା କଭରକୁ ହଟାଇ ଦିଆଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0