spot_img

ପୁଣି କୋଏଲ ନଦୀରେ ବୁଡିଗଲେ ୨ ସାଙ୍ଗ

ରାଉରକେଲା: ରାଉରକେଲା କୋଏଲ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ। ଓଡ୍ରାଫ ସହ ବିଶ୍ରା ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଉରକେଲା ଟିମ୍ବର କଲୋନୀର ସାଙ୍ଗ ଏକାଠି ପିକନିକ କରିବାକୁ ଯାଇଥିଲେ।

ଏମାନଙ୍କ ମଧ୍ୟରୁ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ଜଣେ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୁଣି ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଉଦ୍ଧାର ହୋଇଥିବା ସାଙ୍ଗ ଜଣଙ୍କ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ସେମାନଙ୍କୁ ମଧ୍ୟରୁ ବହୁକଷ୍ଟରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୂର୍ବରୁ ମଧ୍ୟ ପରିବାର ସହ ପିକ୍ନିକ୍ ଯାଇଥିବା ଜଣେ ଯୁବତୀ କୋଏଲ ନଦୀରେ ନିଖୋଜ ହେବା ଘଟଣା ଚର୍ଚ୍ଚାକୁ ଆସିଥିଲା।  

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular