ଫୁଲବାଣୀ: ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡ଼ି ଛକରେ ଏକ ଯାତ୍ରୀବାହୀ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସଟି ଏମ ରାମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା। ପ୍ରାୟ ୩୦ଜଣ ଯାତ୍ରୀ ଥିବା ଏହି ବସଟି ଦାରିଙ୍ଗିବାଡ଼ି ଛକ ଦେଇ ଯାଉଥିବା ବେଳେ ବସ୍ରୁ ଧୂଆଁ ବାହାରିବା ଦେଖି ଡ୍ରାଇଭର ବସ ଅଟକାଇ ଚିତ୍କାର କରି ଯାତ୍ରୀମାନଙ୍କୁ ସତର୍କ କରାଇ ଦେଇଥିଲେ। ତେଣୁ ଅବିଳମ୍ବେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡ଼ିଥିଲେ। ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନ ଥିବା ପ୍ରକାଶ। ଖବର ପାଇ ବାଲିଗୁଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜ୍ୱଳନ୍ତ ବସରୁ ନିଆଁ ଲିଭାଇଥିଲେ। ବସର ଡ୍ୟାସବୋର୍ଡରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0