ମୋହନା : ମୋହନା ଥାନା ଢେପାଗୁଡା ପଞ୍ଚାୟତ ଯୁଗୀଢ଼ିଅ ଗାଁ ନିକଟରେ ୯୧ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ଖବର ଅନୁଯାୟୀ, କିଛି ଦିନ ହେଲା ଯୁଗାଢିଆ ଗାଁରେ ଗଞ୍ଜେଇ ଚାଷ ଚାଲିଥିବା ନେଇ ପୋଲିସ ଓ ଅବକାରୀ ବିଭାଗକୁ ଖବର ମିଳିଥିଲା । ଯାହାପରେ ଉଭୟ ଟିମ୍ ମିଳିତ ଭାବେ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୯୧ ଏକରର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୮କୋଟି ଟଙ୍କା ହେବ । ସେହିପରି ଗତ ତିନି ଦିନ ତଳେ ସେହି ଅଞ୍ଚଳରେ ୧୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିଲେ ମିଳିତ ବାହିନୀ । ଏହି ଅଭିଯାନ ଆହୁରି ଜାରି ରହିବା ସହ ଗଞ୍ଜେଇ ଚାଷ କୁ ନଷ୍ଟ କରାଯିବ ବୋଲି ପୋଲିସ କହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0