ବେଙ୍ଗାଳୁରୁ: ଇତିହାସ ରଚିଲେ ଭାରତୀୟ ମହିଳା ପାଇଲଟ। ବିଶ୍ବର ସବୁଠାରୁ ଲମ୍ବା ଉଡାଣ ପୂରଣ କରିଛନ୍ତି ଏୟାର ଇଣ୍ଡିଆର ୪ ମହିଳା ପାଇଲଟ। ୧୬ ହଜାର କିଲୋମିଟରର ଦୀର୍ଘତମ ଉଡ଼ାଣ କରି ବେଙ୍ଗଳୁରୁର କାମ୍ପେଗୌଡ଼ା ବିମାନବନ୍ଦରରେ ଅବତରଣ କରିଛନ୍ତି। ଆମେରିକାର ସାନଫ୍ରାନ୍ସିସସ୍କୋରୁ ଉତ୍ତର ମେରୁ ଉପରେ ବିମାନ ଉଡ଼ାଇ ବେଙ୍ଗଳୁରୁରେ ପହଞ୍ଚିଛନ୍ତି । ଏହି ଦୀର୍ଘତମ ଯାତ୍ରାକୁ ପୂରଣ କରି ପୁରା ବିଶ୍ବକୁ ନିଜ ଦମ୍ ଦେଖାଇଛନ୍ତି ଏହି ୪ ମହିଳା ପାଇଲଟ୍ । ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ଏହାସହ ଏହି ୪ ମହିଳା ପାଇଲଟ୍ ଏୟାର ଇଣ୍ଡିଆ ପକ୍ଷରୁ ସାନ ସାନଫ୍ରାନ୍ସିସ୍ସ୍କୋରୁ ବେଙ୍ଗଳୁରୁ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛନ୍ତି । ଖାଲି ଉତ୍ତର ମେରୁ ଉପରେ ବିମାନ ଉଡ଼ାଯାଇନି, ବରଂ ମହିଳା ପାଇଲଟ୍ ସଫଳତାର ସହ ଦୀର୍ଘତମ ଯାତ୍ରା କରିପାରିଛନ୍ତି ବୋଲି କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲ କହିଛନ୍ତି। ଏହା ସମସ୍ତଙ୍କ ପାଇଁ ଉତ୍ସାହଜନକ ଅନୁଭୂତି ବୋଲି ଅନ୍ୟତମ ପାଇଲଟ ଶିବାନୀ ମନହସ କହିଛନ୍ତି। ସୂଚନାଯୋଗ୍ୟ ଯେ, କ୍ୟାପ୍ଟେନ୍ ଜୋୟା ଅଗ୍ରୱାଲ ଏହି ଉଡାଣର ନେତୃତ୍ବ ନେଇଥିଲେ। ଏହି ଦୀର୍ଘତମ ଯାତ୍ରା ପୂରଣ କରିବା ପାଇଁ ଏମାନଙ୍କୁ ୧୭ ଘଣ୍ଟା ସମୟ ଲାଗିଥିଲା। ଏହି ଯାତ୍ରାକୁ ପୂରଣ କରି ପାଇଲଟମାନେ ୧୦ଟନ୍ ବିମାନ ଇନ୍ଧନ ମଧ୍ୟ ବଞ୍ଚାଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0