ପାରାଦୀପ : କଟକ-ପାରାଦୀପ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀ ସୋନାଲିକା। ଶ୍ରୀକାନ୍ତ ଥିଲେ ପାରାଦୀପର ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀରାମ ସାହୁଙ୍କ ଏକମାତ୍ର ପୁଅ।
ସୂଚନା ଅନୁଯାୟୀ, କିଛି ମାସ ତଳେ ବିବାହ କରିଥିବା ଶ୍ରୀକାନ୍ତ ତାଙ୍କ ପତ୍ନୀଙ୍କୁ ନେଇ ଦାରିଙ୍ଗବାଡ଼ି ଓ ଅନ୍ୟ କିଛି ସ୍ଥାନକୁ ବୁଲାବୁଲି କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଗାଁ ଜଗତସିଂହପୁରର ଆଶ୍ରମପାଟଣାକୁ ଯାଇଥିଲେ। ସେଠାରୁ ଆଜି ସକାଳେ କାର ଯୋଗ ପାରାଦୀପ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। କାର୍ଟି ଦ୍ରୁତ ଗତିରେ ଆସୁଥିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଶ୍ରୀରାମ ସାହୁ ପାରାଦୀପରେ ସପରିବାରେ ରହନ୍ତି। ଶ୍ରୀକାନ୍ତ ବାହାରେ ଚାକିରି କରୁଥିଲେ। କିନ୍ତୁ ଲକ୍ଡାଉନ୍ ପରେ ପାରାଦୀପ ଫେରି ଆସି ବାପାଙ୍କ ବ୍ୟବସାୟ କଥା ବୁଝୁଥିଲେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0