spot_img

ଗିରଫ ହୋଇଥିବା ଚୀନ ଯବାନଙ୍କୁ ନିଜ ଦେଶକୁ ପଠାଇ ଦିଆଗଲା

ଲଦାଖ: ପୂର୍ବ ଲଦାଖର ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ଼ ନିକଟରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଜଣେ ଚୀନା ଯବାନଙ୍କୁ ତାଙ୍କ ଦେଶକୁ ପଠାଇ ଦେଇଛି ଭାରତୀୟ ସେନା। ଆଜି ଦିନ ୧୦ଟା ସୁଦ୍ଧା ଚୀନ ଯବାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯାଇଥିବା ସୂଚନା ରହିଛି। ଭାରତ-ଚୀନ ସୀମା ବିବାଦ ଆରମ୍ଭ ହେବା ପରଠାରୁ ଏହା ହେଉଛି ଦ୍ବିତୀୟ ଘଟଣା। ଏଇ କିଛି ମାସ ମଧ୍ୟରେ ପୂର୍ବରୁ ମଧ୍ୟ ଜଣେ ଯବାନ ସୀମା ଡେଇଁ ଭାରତ ପଶି ଆସିଥିଲେ। ଏହିପରି ଘଟଣା ଏହା ପୂର୍ବରୁ ଅକ୍ଟୋବର ମାସରେ ଘଟିଥିଲା। ନିକଟରେ ଏକ ସରକାରୀ ବିବୃତିରେ ଘୋଷଣା କରାଯାଇଥିଲା ଯେ ଶୁକ୍ରବାର ସକାଳେ ଜଣେ ଚୀନ ଯବାନଙ୍କୁ ଭାରତ ସୀମା ପାର୍ କରିଥିବା ବେଳେ ଧରାଯାଇଥିଲା। ଯବାନ ଜଣଙ୍କୁ ଭାରତୀୟ ସେନା ଗିରଫ କରିଥିଲା। ଜାଣିବାକୁ ମିଳିଥିଲା ଯେ ପିପୁଲ୍ସ ଲିବରେସନ୍ ଆର୍ମିର ଏହି ଯବାନ ଜଣକ ବାଟ ଭୁଲି ଭୁଲରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରି ଆସିଥିଲେ। ଗତ ଏକ ବର୍ଷ ହେବ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଉପୁଜିବା ପରେ ପରେ ସୀମାରେ ଉଭୟ ପକ୍ଷର ସୈନ୍ୟ ନିୟୋଜିତ ହୋଇଥିଲେ। ଭାରତ ଓ ଚୀନ ମଧ୍ୟରେ ରହିଥିବା ତିକ୍ତ ସଂପର୍କ ଭିତରେ ବି ଚୀନ ସେନାର ଯବାନ କେଉଁ ପରିସ୍ଥିତିରେ ସୀମା ପାର କରି ଭାରତ ପଶି ଆସିଥିଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular