ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କରୋନାଭାଇରସ କୋଭିସିଲ୍ଡ ଟିକାର ବଜାର ମୂଲ୍ୟ ଧାର୍ୟ୍ୟ କରାଯାଇଛି। ଭାରତରେ ଏହାର ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡକୁ ପ୍ରତି ଡୋଜ ପିଛା ୨୦୦ଟଙ୍କାରେ ବିକ୍ରି କରିବ ବୋଲି ଜଣାପଡ଼ିଛି। କୋଭିଡ -୧୯ ଟିକାର ପ୍ରତି ଡୋଜର ମୂଲ୍ୟ ପୂର୍ବରୁ ସ୍ଥିର ଥିଲା ବୋଲି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଭାରତର ଆଷ୍ଟ୍ରାଜେନେକା। ମୂଲ୍ୟ ସର୍ବଦା ସ୍ଥିର ଥିଲା। ପ୍ରତି ଡୋଜର ମୂଲ୍ୟ ୨୦୦ଟଙ୍କା ଧାର୍ୟ୍ୟ କରାଯାଇଛି। ବିକ୍ରି ପାଇଁ କରୋନା ଟିକା ଆଜି ସନ୍ଧ୍ୟାରୁ ସେରମ ଇନଷ୍ଟିଚ୍ୟୁଟରୁ ବାହାରିବ। ସରକାରଙ୍କ ପକ୍ଷରୁ କାଗଜପତ୍ର କାମ ପାଇଁ କିଛି ସମୟ ଲାଗିଥିଲା, ଯାହା ବର୍ତ୍ତମାନ ଶେଷ ହୋଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଟିକା କିଣିବା ନେଇ ଅର୍ଡର ମିଳିସାରିଛି। ପ୍ରଥମେ କୋଭିସିଲ୍ଡର ୧୦ନିୟୁତ ଡୋଜ ପଠାଯାଉଥିବାବେଳେ ଆସନ୍ତା ସପ୍ତାହରେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଆସନ୍ତା ୧୬ରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଭାରତ ସରକାର ଦୁଇଟି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। କୋଭିସିଲ୍ଡ ସହ ଭାରତ ବାୟଟେକର କୋଭାକ୍ସିନକୁ ମଧ୍ୟ ଅନୁମତି ମିଳିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0