ରାଜ୍ୟରେ କାର୍ୟ୍ୟରତ ଥିବା ୧୫ ହଜାରରୁ ଅଧିକ ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ପ୍ରତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅବହେଳା କରିଛନ୍ତି। ଏନେଇ ପ୍ରତିବାଦ କରି ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମଚାରି ସଂଘ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପତ୍ର ପ୍ରଦାନ କରାଯାଇଅଛି। ରାଜ୍ୟରେ କାର୍ୟ୍ୟରତ ଥିବା କ୍ଷେତ୍ର ସ୍ତରୀୟ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦବି ପରିବର୍ତ୍ତନ, କ୍ୟାଡର ପୁନଃର୍ଗଠନ ଆଦି ଦାବି କରିଛନ୍ତି। ରାଜ୍ୟରେ ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟ କର୍ମୀ ମାନେ କରୋନା ଟୀକା ଗ୍ରହଣ ନ କରିବା ଏବଂ କଳା ବ୍ୟାଜ ପିନ୍ଧି କରୋନା ଟୀକା କରଣ କାର୍ୟ୍ୟରେ ଯୋଗଦେବା କୁ ଆହ୍ବାନ ଦିଆଯାଇଛି। ଏହି କ୍ରମରେ କେନ୍ଦୁଝର ଜିଲ୍ଲା ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଥିବା ବହୁମୁଖୀ ପୁରୁଷ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ,ସ୍ୱାସ୍ଥ୍ୟ ପରିଦର୍ଶକ ମାନେ ସୋମବାର ଏକତ୍ରିତ ହୋଇ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶ୍ୟାମ ସୁନ୍ଦର ଟୁଡୁଙ୍କ ଜରିଆରେ ଦାବି ଜଣାଇଛନ୍ତି। ଜିଲ୍ଲା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ସମାଧାନ କରିବା ପାଇଁସ୍ୱାସ୍ଥ୍ୟ କର୍ମୀ ମାନେ ନିବେଦନ କରିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0