ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କଲା ୟୁଟ୍ୟୁବ । ବଳପୂର୍ବକ ‘କ୍ୟାପିଟଲ୍ ବିଲଡିଙ୍ଗ୍’ରେ ପ୍ରବେଶ ଘଟଣା ପରେ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବା ଦର୍ଶାଇ ଗୋଟିଏ ସପ୍ତାହ ପର୍ୟ୍ୟନ୍ତ ‘ୟୁଟ୍ୟୁବ୍’, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଅଫିସିଆଲ୍ ଚାନେଲ୍’କୁ ବ୍ଲକ୍ କରିଦେଇଛି।ମଙ୍ଗଳବାର ଦିନ କମ୍ପାନି ଟୁଇଟ୍ କରିଛି, ଭବିଷ୍ୟତରେ ହିଂସାକାଣ୍ଡ ଘଟିବା ଆଶଙ୍କା କରି ତଥା ଆମ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ନୂଆ ସୂଚନା ତଥ୍ୟାଭଳୀ ଭିଡ଼ିଓ ହଟାଇ ଦେଇଛୁ। ନିକଟରେ ଘଟିଯାଇ ଥିବା ହିଂସାକାଣ୍ଡ ସଂକ୍ରାନ୍ତରେ ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲରେ ଦିଆଯାଇଥିବା ସମସ୍ତ ମନ୍ତବ୍ୟ ବା କମେଣ୍ଟ୍ ସବୁକୁ ମଧ୍ୟ ନିଶ୍ଚିତ ଭାବେ ‘ଡିଜେବଲ୍’ ବା ଅକାମି କରିଦିଆଯିବ ବୋଲି କମ୍ପାନି କହିଛି।
ସିଧାସଳଖ ଆମେରିକୀୟଙ୍କ ସହ ଯୋଗାଯୋଗ କରିବାରେ ସହାୟତା କରୁଥିବା ରାଷ୍ଟ୍ରପତିଙ୍କର ପ୍ରାୟ ସମସ୍ତ ଅନଲାଇନ୍ ମେଗାଫୋନଗୁଡ଼ିକୁ ହଟାଇ ଦେବା ପରେ ସଦ୍ୟତମ କଟକଣା ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ‘ଗୁଗଲ୍’ ଏହି ସଦ୍ୟତମ ପଦକ୍ଷେପ ଗ୍ରହଣ କରିଛି। ୨.୭୬ ନିୟୁତ ସବ୍ସ୍କ୍ରାଇବର୍ ଥିବା ଏହି ଚ୍ୟାନେଲକୁ ଯଦି ହଟାଇ ଦିଆ ନ ଯାଏ ତେବେ ଦେଶବ୍ୟାପୀ ‘ୟୁଟ୍ୟୁବ୍’କୁ ବର୍ଜନ କରାଯିବ ବୋଲି ‘ସିଭିଲ୍ ରାଇଟସ୍ ଗ୍ରୁପ୍’ ଧମକ ଦେବା ପରେ କମ୍ପାନି ଏହି ପଦକ୍ଷେପ ଗ୍ରହଣ କରିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0