ନୂଆଦିଲ୍ଲୀ: ଏପ୍ରିଲ ମାସ ସୁଦ୍ଧା ଆଉ ୫ଟି ଟକାର ସମ୍ପୁର୍ଣ୍ଣ ପ୍ରସ୍ତୁତି ସରିବ । ଏବେ ଭାରତ ତା’ର ନିଜସ୍ୱ ୨ ଟି କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି । ଯାହା ଫଳରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ସାର୍ବଜନୀକ ଟିକାକରଣ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ଦେଶବାସୀଙ୍କୁ ମିଳିବାକୁ ଯାଉଛି । ଏହି ୨ ଟି ଟିକା ବ୍ୟତିତ ଏପ୍ରିଲ ମାସ ସୁଦ୍ଧା ଭାରତକୁ ଆଉ ୫ ଟି ଟିକା ମିଳିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ବିଶେଷଜ୍ଞ ମାନଙ୍କ ମତରେ ଜାଇଡସ୍ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ସ୍ୱଦେଶୀ ଟିକା ଜାଇକୋ-ଡି ଏବଂ ଋଷ ଟିକା ସ୍ପୁଟନିକ୍ -୫ କୁ ଜରୁରୀକାଳୀନ ବ୍ୟବହାର ପାଇଁ ଖୁବଶୀଘ୍ର ଅନୁମତି ମିଳିପାରେ । ଏହି ଟିକା ଦୁଇଟିର ଶେଷ ପର୍ୟ୍ୟାୟ ପରୀକ୍ଷଣ ଜାରି ରହିଛି । ତେଣୁ ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଏହି ଦୁଇଟି ଟିକାକୁ ଅନୁମତି ମିଳିପାରେ । ସେହିଭଳି ଫାଇଜର ଦ୍ୱାରା ପ୍ରସ୍ତୁତ ଟିକାକୁ ଭାରତରେ ବ୍ୟବହାର ପାଇଁ କମ୍ପାନୀ ତରଫରୁ ଅନୁମତି ମଗା ଯାଇଛି । କମ୍ପାନୀର ଆବେଦନ ପରେ ବିଶେଷଜ୍ଞ କମିଟି ପକ୍ଷରୁ ଟିକାର ପରୀକ୍ଷଣ ସଂପର୍କିତ ତଥ୍ୟ ମାଗିଛନ୍ତି । ବିଶେଷଜ୍ଞ କମିଟି ପରୀକ୍ଷଣ ରିପୋର୍ଟ ପାଇବା ପରେ ଫାଇଜର ଟିକାକୁ ବି ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିପାରେ ଆଶା କରାଯାଇଛି । ଅନ୍ୟପଟେ ନୋବେଲ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଥିବା ଟିକା ଉପରେ ପରୀକ୍ଷଣ ଜାରି ରହିଛି । ଏହାର ପରୀକ୍ଷା ଶେଷ ହେବା ପାଇଁ ଆଉ ମାତ୍ର ୨ ମାସ ସମୟ ଲାଗିବ ବୋଲି କୁହାଯାଇଛି । ଜେନେଭା ଫାର୍ମାସ୍ୟୁଟିକାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା ଏମଆରଏନଏ ଟିକାର ବି ତୃତୀୟ ପର୍ୟ୍ୟୟ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ଟିକାକୁ ଫେବୃଆରୀ ମାସ ସୁଦ୍ଧା ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିପାରେ । ଏହି ଟିକାକୁ ଭାରତୀୟ ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0