spot_img

ଆଜି ପବିତ୍ର ମକର ସଂକ୍ରାନ୍ତି

ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତିକୁ ନେଇ ଆଜି ଚାରିଆଡେ ଉତ୍ସବର ପରିବେଶ ।  ଘରେ ଘରେ ମକର ଚାଉଳ ଓ ପିଠାପଣାର ଆସର। ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକର ରାଶିରେ ପ୍ରùବଶ କରିଥା’ନ୍ତି। ତେଣୁ ଆଜିର ଦିନକୁ  ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଶ୍ରୀମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତିକୁ ବେଶ ଧୁମ୍‌ଧାମରେ ପାଳନ କରାଯାଏ। ଆଜିର ତିଥିରେ ଶ୍ରୀମନ୍ଦିରରେ ମକର ଚୌରାଅଶୀ ବେଶରେ ବିଭୂଷିତ ହୋଇଥାନ୍ତି ଶ୍ରୀଜିଉ।

ସକାଳୁ ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ଘଣ୍ଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀଙ୍କ ହାତପୈଠ ହୋଇ ରୋଷଘରଠାରୁ ଭୋଗ ଶ୍ରୀଛାମୁକୁ ଆସିଥାଏ। ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ ।ସୁଆର ସେବକ ଏସବୁ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି। ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି । ମକରସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ଦେଖିବା ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାରେ ଲାଗିଛି।

ଅନ୍ୟପକ୍ଷରେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ।  ଏହି କ୍ରମରେ ଓଡ଼ିଶାରେ ଥିବା ତେଲୁଗୁ ସଂପ୍ରଦାୟର ଲୋକେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରୁଥିବା ବେଳେ ଗତକାଲି ଭୋଗୀ ଓ ପୋଙ୍ଗଲ ଏବଂ ଆଜି କାନୁମୁ ପାଳନ କରୁଛନ୍ତି ବ୍ରହ୍ମପୁର, ଜୟପୁର, ରାୟଗଡ଼ା ଭଳି ତେଲୁଗୁ ଭାଷାଭାଷି ଅଞ୍ଚଳ ସହ ପଡୋଶୀ। ଆନ୍ଧ୍ରପ୍ରଦେଶରେ ଏହି ପର୍ବକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular