spot_img

ସୁରକ୍ଷା ନିମନ୍ତେ କୁମ୍ଭମେଳାରେ ମୁତୟନ ହେବେ ‘ଏନଏସଜି’ କମାଣ୍ଡୋ

ଡେରାଡୁନ: ୨୦୨୧ କୁମ୍ଭମେଳା ସମୟରେ ସୁରକ୍ଷା ଦେବା ଏବଂ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ହରିଦ୍ୱାରରେ ‘ନ୍ୟାସନାଲ ସିକ୍ୟୁରିଟି ଗାର୍ଡ’ଙ୍କୁ (ଏନଏସଜି) ମୁତୟନ କରାଯିବ। ବୁଧବାର ଦିନ ଉତ୍ତରାଖଣ୍ଡ ପୁଲିସ ଏକଥା ଘୋଷଣା କରିଛି। କୁମ୍ଭମେଳାରେ ‘ଏନଏସଜି’ ମୁତୟନ କରାଯିବା କଥା ଏନଏସଜି ମେଜର ଜେନେରାଲ ଭିଏସ ରାଣାଡ଼େ ଏବଂ ଉତ୍ତରାଖଣ୍ଡ ପୁଲିସ କମିସନର ଅଶୋକ କୁମାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଶୋକ କୁମାର କହିଛନ୍ତି ଯେ, ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କୁମ୍ଭମେଳାରେ ‘ଏନଏସଜି’ର ଦୁଇଟି ଟିମ ମୁତୟନ କରାଯିବ। ‘ଏନଏସଜି’ ଟିମ ଆମ ‘ଆଣ୍ଟି-ଟେରରିଷ୍ଟ ସ୍କ୍ଵାଡ’ଙ୍କୁ ମଧ୍ୟ ତାଲିମ ଦେବେ। କୋଭିଡ-୧୯ ମହାମାରୀ ଚାଲିଥିବାରୁ ହରିଦ୍ୱାରରେ ହେବାକୁ ଥିବା କୁମ୍ଭମେଳାରେ ଜନ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ବନ୍ଦୋବସ୍ତ ସଂକ୍ରାନ୍ତ ପ୍ରସ୍ତାବିତ ଯୋଜନା ଉପସ୍ଥାପନ କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular