spot_img

ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ ଦାସ

ବାଲେଶ୍ବର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗଦେଇଛନ୍ତି ବାଲେଶ୍ବର ସହରର ଆତିଥ୍ୟ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ମିଶିଛନ୍ତି

ନଭେମ୍ବର ତାରିଖରେ ଜୀବନ ପ୍ରଦୀପ ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ ଉପନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନଭେମ୍ବର ତାରିଖରେ ଦଳରୁ ନିଲମ୍ବିତ କରିଥିଲେ

ଜୀବନ ପ୍ରଦୀପ ଦାସ ବାଲେଶ୍ବର ସଦର ଆସନରୁ ୨୦୦୯ ୨୦୧୪ ମସିହାରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନଥିଲେ ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଜୀବନ ପ୍ରଦୀପ ଲବି କରି ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲେ ତାଙ୍କୁ ଦଳ ପ୍ରାର୍ଥୀ କରି ଥିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା ଯାହାକୁ ନେଇ ବିଜେଡି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା

ତେବେ ଜୀବନ ପ୍ରଦୀପ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ବର ସଦର ଆସନରେ ବିଜୟୀ ହୋଇଥିଲେ ତେବେ ଏହା ତାଙ୍କର ଘର ବାହୁଡା ବୋଲି କୁହାଯାଉଛି ସେପଟେ ଆଗାମୀ ମ୍ୟୁନିସିପାଲିଟି ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଜୀବନ ପ୍ରଦୀପଙ୍କୁ ଦଳରେ ସାମିଲ କରିଥିବା କୁହାଯାଉଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular