spot_img

ଭାଇରସ ଉତ୍ପତ୍ତି ତଦନ୍ତ ନିମନ୍ତେ ଊହାନରେ ପହଞ୍ଚିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦଳ

ଉହାନ: କରୋନାଭାଇରସର ଉତ୍ପତ୍ତି ସଂକ୍ରାନ୍ତରେ ତଦନ୍ତ ଲାଗି ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଊହାନରେ ପହଞ୍ଚିଛନ୍ତି। ଦୀର୍ଘ ବିଳମ୍ବିତ ଏହି ତଦନ୍ତ ଅଭିଯାନରେ ସିଙ୍ଗାପୁରରୁ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳଙ୍କ ବିମାନଟି ଅବତରଣ କରିଥିବାର ଦୃଶ୍ୟ ଚୀନର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥା ‘ସିଜିଟିଏନ’ ପ୍ରସାରଣ କରିଛି। ଭୂତାଣୁ ଉତ୍ପତ୍ତି ସଂକ୍ରାନ୍ତ ଏହି ତଦନ୍ତ ଏକାଧିକ ସପ୍ତାହ ଧରି ଚାଲିବ ବୋଲି ଆଶା କରାଯାଉଛି। କରୋନାଭାଇରସର ଉତ୍ପତ୍ତି ସଂକ୍ରାନ୍ତ ଅନିଶ୍ଚିତତାର ଅବସାନା ନିମନ୍ତେ ତଦନ୍ତରେ ବିଳମ୍ବ କରିଥିବାରୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଆଜି ଊହାନରେ ପହଞ୍ଚିଥିବା ଏହି ବିଶେଷଜ୍ଞ ଦଳ ଭୂତାଣୁ ସଂକ୍ରମଣ ସ୍ଥଳରେ ସରଜମିନ ତଦନ୍ତ କରିବା ସହ ଭୂତାଣୁର ଉତ୍ପତ୍ତି ଏବଂ ସଂକ୍ରମଣ ମାଧ୍ୟମ ବିଷୟରେ ଅଧ୍ୟୟନ କରିବେ। ଏହି ବିଶେଷଜ୍ଞ ଦଳରେ ୧୦ଜଣ ସଦସ୍ୟ ଥିବା କଥା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular