ଆମେରିକା: ଆମେରିକା ସଂସଦ ଭବନରେ ଗତ ସପ୍ତାହରେ ବିଦାୟୀ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସମର୍ଥକମାନେ ଚଳାଇଥିବା ହିଂସା ପରିପ୍ରେକ୍ଷୀରେ ଆମେରିକାର ଶୀର୍ଷ ସାମରିକ ଅଧିକାରୀମାନେ ଏକ ମିଳିତ ବିବୃତିରେ କଠୋର ମତପୋଷଣ କରିଛନ୍ତି। ଏପରି ହିଂସାତ୍ମକ କାର୍ୟ୍ୟ ଆମେରିକାର ସମ୍ବିଧାନ ପ୍ରତି ଏକ ଅପମାନ। ଏଭଳି କୁତ୍ସିତ କାର୍ୟ୍ୟରେ ଲିପ୍ତ ଥିବା ବିଦେଶୀ ଏବଂ ଘରୋଇ ତତ୍ତ୍ବମାନଙ୍କ ବିରୋଧରେ ଆମେ ସମସ୍ତ ବଳ ଖଟାଇ ଦେଶର ସମ୍ବିଧାନକୁ ସୁରକ୍ଷା ଯୋଗାଇଦେବୁ ବୋଲି ଏହି ଅଧିକାରୀମାନେ ଶପଥ ନେଇଛନ୍ତି। ଏହି ମିଳିତ ଶପଥ ନାମାରେ ସ୍ବାକ୍ଷର କରିଥିବା ସାମରିକ ଅଧିକାରୀମାନଙ୍କ ମଧ୍ୟରେ ବରିଷ୍ଠ ଜେନେରାଲ ମାର୍କ ମିଲିଙ୍କ ସମେତ ମିଳିତ ସାମରିକ ବାହିନୀର ସମସ୍ତ ମୁଖ୍ୟ ରହିଛନ୍ତି। ଜଣକୁ କହିବାର ଅଧିକାର ପ୍ରଦାନ କରିବା କି ସମବେତ ହେବାକୁ ସୁଯୋଗ ଦେବା ମାନେ ନୁହେଁ ଯେ କୌଣସି ହିଂସାର ଆଶ୍ରୟ ନେବା ବୋଲି ସେମାନେ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0