ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅଞ୍ଚଳରେ ମୃତକଙ୍କୁ କ୍ଷତିପୂରଣ ଦିଆଯିବା ପରେ ରାସ୍ତାରୋକ ହଟିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ତଳସରା ଥାନା ଅନ୍ତର୍ଗତ ଟାଙ୍ଗରଗାଁ ପଞ୍ଚାୟତ ଦେଓବାହାଲ କଠରଟୋଲିରେ ଗୋରୁ ଵୋଝେଇ ପିକଅପ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଦୁର୍ଘଟଣାରେ ଟାଙ୍ଗରଗାଁର ଅନୁସ ଏକ୍କାଙ୍କ ମୃତ୍ୟୁ ଘଟିଥିଲା ଓ ଜନପ୍ରସନ୍ନ କୁଜୁର ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ବେଳେ କ୍ଷତିପୂରଣ ଦାବିରେ ଲୋକେ ଶଵ ରଖି ରାସ୍ତାରୋକ କରିଥିଲେ। ଦୁଇଟି ଗୋରୁ ଵୋଝେଇ ଗାଡ଼ିକୁ ମଧ୍ୟ ଅଟକ ରଖିଥିଲେ। ପରେ ସବଡେଗା ତହସିଲଦାର ଓ ପୁଲିସ ବଳ ପହଞ୍ଚି ଵୁଝାଶୁଝା କରିଥିଲେ। ପରେ ଦୁଇ ପରିବାରକୁ ରେଡକ୍ରସରୁ ୨୦ ହଜାର ଟଙ୍କା ଲେଖାଏଁ ଦେବା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ମିଳିଥିଲା। ଏହାପରେ ରାସ୍ତାରୋକ ହଟିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0