spot_img

ଭୁବନେଶ୍ବରରେ ୬ଟି ହସ୍ପିଟାଲରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ବରଆସନ୍ତାକାଲି ଦେଶବ୍ୟାପୀ ହେବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ପହଞ୍ଚିଛି ଦୁଇଟି ଟୀକା । ରାଜ୍ୟରେ ମୋଟ୍ ୧୬୦ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଛି । ଭୁବନେଶ୍ବର ବ୍ୟତୀତ ଅନ୍ୟ ସବୁଠି କୋଭିସିଲ୍ଡ ଟିକା ପ୍ରଦାନ କରାଯିବ । ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଟିକା ଦିଆଯିବ । ଭୁବନେଶ୍ବରରେ ପୂର୍ବରୁ ୫ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲକୁ ସାମିଲ କରାଯାଇ ଟିକାକେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪ ହସ୍ପିଟାଲ, ବିଏମସି ହସ୍ପିଟାଲ, କିମ୍ସ, ସମ୍ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲରେ ଟିକାକରଣ କରାଯିବ । କାଲି ଲଞ୍ଚିଂ ଦିନରେ ପ୍ରତି ଟିକାକରଣ କେନ୍ଦ୍ରରେ ୧୦୦ ଲେଖାଏଁ ମୋଟ୍ ୬୦୦ ଲୋକଙ୍କୁ ଟିକାକରଣ କରାଯିବ । ବିଏମସି ପ୍ରଥମ ପର୍ଯ୍ୟାୟ ପାଇଁ ଯେତିକି ଟିକା ପାଇଛି ସେଥିରେ ମୋଟ୍ ଭୁବନେଶ୍ବରର ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ଭୁବନେଶ୍ବରରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପଞ୍ଜୀକୃତ କରାଯାଇଛି । ୯ ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାଦାନ କରାଯିବ । ପୁଣି ୨୮ଦିନ ପରେ ସେମାନଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ । ୨୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ୫ ହଜାର ସ୍ବାସ୍ଥ୍ୟକର୍ମୀ ଓ ରାଜ୍ୟ ସରକାରଙ୍କ ୨୧ ହଜାର ସ୍ବାସ୍ଥ୍ୟକର୍ମୀ ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular