ଭୁବନେଶ୍ୱର: ଦିନକ ପରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଟିକାକରଣ ନେଇ ଗାଇଡଲାଇନ ଜାରି କରିଛନ୍ତି ସରକାର। ଏହି ଗାଇଡଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସୂଚନାନୁଯାୟୀ, ୧୮ ବର୍ଷରୁ କମ, ଗର୍ଭବତୀ ଓ ପ୍ରସୂତି କରୋନା ଟିକା ନେଇପାରିବେନି । ଏଥିସହିତ କୋଭିଡ ଆକ୍ରାନ୍ତ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ ନାହିଁ। ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ଥିବାବେଳେ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ। ଆହୁରି ମଧ୍ୟ ସମସ୍ତଙ୍କ ବାହୁରେ କରୋନା ଟିକା ଦିଆଯିବ। ଟିକା ନେବା ପରେ ଅଧଘଣ୍ଟା ଯାଏଁ ଅବଜରଭେସନରେ ରଖାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ମେଗା ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ୧୬୨ଟି ଭ୍ୟାକ୍ସିନ ସେସନ ସାଇଟରେ ହେବ ଟିକାକରଣ । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଶହେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା । ଯେଉଁଥିପାଇଁ ରାଜ୍ୟକୁ କୋଭିସିଲଡର ୪ଲକ୍ଷ ୮ହଜାର ଡୋଜ ଆସିଛି । ଯାହାର ଗୋଟିଏ ଶିଶିରୁ ୧୦ଟି ଡୋଜ ଦିଆଯାଇ ପାରିବ । ସେହିପରି ଅକ୍ସଫୋର୍ଡର କୋଭିସିଲ୍ଡ ଟିକାର ୪୦ ହଜାର ୮ ଶହ ଡୋଜ ଓଡ଼ିଶା ଆସିଥିବା ବେଳେ କୋଭାକ୍ସିନର ୨୦ ହଜାର ଡୋଜ ଆସିଛି । କଟକ, ପୁରୀ, ନୟାଗଡ଼ ସମେତ ଭ୍ୟାକ୍ସିନ୍ ଅନ୍ୟ ଜିଲ୍ଲାକୁ ପଠାଯାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0