ସୁନ୍ଦରଗଡ଼: ସୁନ୍ଦରଗଡ଼ ଭବାନୀପୁର ଅଞ୍ଚଳର ଏକ ପୋଖରୀରୁ ମୃତଦେହ ଉଦ୍ଧାର । ମୃତ ଦେହରେ ମୁଣ୍ଡ ନଥିବା ବେଳେ ଦୁଇଟି ହାତ ମଧ୍ୟ ନଥିଲା । କିଛି ସମୟ ପରେ ଗୋଟିଏ ହାତ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ ମୁଣ୍ଡ ଏବଂ ଆଉ ଗୋଟିଏ ହାତ ସେହି ପୋଖରୀରେ ହିଁ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ତେଣୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ତେବେ ପ୍ରଥମେ ମୁଣ୍ଡ ହୀନ ଶରୀର ଓ ଗୋଟିଏ ହାତ ଆଗ୍ନିଶମ ହାତରେ ଲାଗିଥିଲା । ପୂର୍ବ ଶତ୍ରୁତା କାରଣରୁ ଏଭଳି ବିଭତ୍ସ ହତ୍ୟା କରାଯାଇଥିବ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକ ଜଣକ ଭବାନୀପୁର ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଛି । କଟା ମୁଣ୍ଡ ଉଦ୍ଧାର ହେଵା ପରେ ତାର ପରିଚୟ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0