ବାଲିପାଟଣା: ତଣ୍ଟି ଚିପି ମହିଳାଙ୍କ ବେକରୁ ୩ ଜଣ ଦୁର୍ବୃତ୍ତ ସୁନା ହାର ଛିଡ଼ାଇ ନେବା ଘଟଣା ଚାଞ୍ଚଲ୍ୟ ଖେଳାଇଛି। ଘଟଣା ଘଟିଛି ବାଲିପାଟଣା ଥାନା ଅଧୀନ ବନମାଲୀପୁର ଗ୍ରାମରେ କ୍ଷ ସୂଚନା ଅନୁଯାୟୀ, ଭୁଵନେଶ୍ୱର କମିସନରେଟ ପୁଲିସ ଅଧୀନସ୍ଥ ବାଲିପାଟଣା ଥାନାର ବନମାଳିପୁର ଗ୍ରାମର ଜଣେ ମହିଳା ଗୁରୁବାର ଦିନ ସକାଳୁ ମହାଦେବଙ୍କ ଦର୍ଶନ ଲାଗି ମନ୍ଦିର ଯାଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କର ତଣ୍ଟି ଚିପି ୨୦ ଗ୍ରାମ ଓଜନର ସୁନା ହାର ଛିଡ଼ାଇ ଫେରାର ହୋଇଯାଇଛନ୍ତି। ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ପାଇ ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛନ୍ତି। ପ୍ରକାଶଥାଉକି ବନମାଳିପୁର ଗ୍ରାମର ଗୋଲଖ କୁମାର ସାହୁଙ୍କ ଝିଅ ଅମ୍ବିକା ସାହୁ (ରୋଜି)ଚାରିଛକ ଅଞ୍ଚଳରେ ବିବାହ କରିଛନ୍ତି। ସେ ମକର ସଂକ୍ରାନ୍ତିରେ ଅଲଣାଓଷା ପୂଜା ଲାଗି ନିଜ ଘରକୁ ଆସିଥିଲେ। ଆଜି ସକାଳୁ ୨ ବର୍ଷର ଝିଅ ଏବଂ ପୁତୁରା ସହିତ ଖଇରିପୁର ବେଲେଶ୍ୱର ମହାଦେବଙ୍କ ମନ୍ଦିରକୁ ପୂଜା କରିବା ପାଇଁ ଯାଉଥିଲେ। ବ୍ରାହ୍ମଣ ସାହି ରାସ୍ତାରେ ଯାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ହଠାତ୍ ଅମ୍ବିକାଙ୍କ ତଣ୍ଟିକୁ ଚିପି ଧରିବା ସହିତ ଛୋଟ ପିଲାଙ୍କୁ ଆକ୍ରମଣ କରିଥିଲେ ଏବଂ ବେକରୁ ୨୦ ଗ୍ରାମର ସୁନାହାର ଛିଡ଼ାଇ ବନମାଳିପୁର ବଜାର ଦିଗରେ ଫେରାର ହୋଇ ଯାଇଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0