spot_img

ପଞ୍ଜାବୀ ରୀତିନୀତିରେ ବାହା ହେବେ ବରୁଣ

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି  ତାଙ୍କ ବିବାହର ନିମନ୍ତ୍ରଣ ପତ୍ର  ପରିବାର ଏବଂ ବନ୍ଧୁମାନଙ୍କୁ ଦିଆସରିଛି। କିଛି ଦିନ ପୂର୍ବରୁ ସୂଚନା ମିଳିଥିଲା, ବରୁଣ ଧୱନ ଅଲିବାଗରେ ୨୦୦ ଲୋକଙ୍କ ପାଇଁ ହୋଟେଲ ବୁକ୍ କରିଥିଲେ, ଯେଉଁଠାରେ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ। ଦୁଇଜଣ ଜାନୁଆରୀ ୨୪ରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି ଏବଂ ଜାନୁଆରୀ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିବାହର ସମସ୍ତ ରୀତିନୀତି ହେବ।

ବରୁଣଙ୍କ ବନ୍ଧୁମାନେ କହିଛନ୍ତି ସେମାନଙ୍କୁ ନିମନ୍ତ୍ରଣ ପତ୍ର ମିଳିସାରିଛି ଏବଂ ତାଙ୍କ ବିବାହକୁ ନେଇ ସେମାନେ ବହୁତ ଖୁସି । ଡେବିଟ୍ ଧୱନଙ୍କ ପୁଅ ବରୁଣ  ଧୱନଙ୍କ ବିବାହ ଧୁମଧାମରେ ହେବାକୁ ଯାଉଛି। ଏହି ବିବାହ ପଞ୍ଜାବ ରୀତିନୀତିରେ କରାଯିବ। ଡେବିଟ୍ ଧୱନଙ୍କୁ ଯେତେବେଳେ ବରୁଣଙ୍କ ବିବାହ ସମ୍ପର୍କରେ ପଚରା ଯାଇଥିଲା ତାଙ୍କ ପାଖରୁ କିଛି ଉତ୍ତର ମିଳି ନଥିଲା।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular