spot_img

ଚେକ୍ ଡ୍ୟାମରେ ବୁଡିଲା ଚାଷୀଙ୍କ ଜମି

ଆଙ୍କର: ଅନଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ମାଇମୂରା ଗ୍ରାମରେ ଚାଷ ଜମିକୁ ଜଳସେଚିତ କରିବା ଲକ୍ଷରେ ମଧ୍ୟମ କ୍ଷୁଦ୍ର ଜଳ ସେଚନ ଯୋଜନା ପକ୍ଷରୁ ଏକ ଚେକ ଡ଼୍ୟାମ ନିର୍ମାଣ କରାଯାଇଛି। ହେଲେ ବିଭାଗୀୟ ଯନ୍ତ୍ରୀଙ୍କ ଅପାରଗତା ଯୋଗୁଁ ରାମପୁର ଗ୍ରାମର ଆଠ ଜଣ ଚାଷୀଙ୍କ ଆଠରୁ ଦଶ ଏକର ଚାଷଜମି ଜଳମଗ୍ନ । ଏନେଇ ରାମ ପୁର ଗ୍ରାମର ଗେନେଶ୍ୱର୍ ଖିଲାର ବ୍ରଜବନ୍ଧୁ ସିଠ ଅରୁଣ ସିଠ ,ଭୀମ ସିଠ ସୁଧୀର ସିଠ ଦୁଃଶାସନ ସିଠ ଓ ଦେବରାଜ ସିଠ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ପୋଡାପଥର ବାସଭବନରେ ସାକ୍ଷାତ କରି ଚାଷୀ ମନେ ଲିଖିତ ଅଭଯୋଗ କରିଥିବା ଜଣାଯାଇଛି । ବର୍ଷା ଦିନ ତ ଦୂରର କଥା ବର୍ତ୍ତମାନ ଆଜି ବି ମଧ୍ୟ ଚାଷ ଜମି ଗୁଡିକ ଆଣ୍ଠୁ ଏ ଜଳ ବୁଡି ରହିଛି। ସେମାନେ ଚାଷ ଜମି କାଜ୍ୟକରି ପାରୁନାହାନ୍ତି । ତେଣୁ ଏହି ଚାଷ ଜମି ଗୁଡିକ ବୁଡି ଅଞ୍ଚଳ ଘୋଷଣା କରିବା ସହିତ ଉଚିତ୍ ସରକାରି କ୍ଷତି ପୁରାଣ ଯୋଗାଇ ଦେବାକୁ ସେମାନେ ବିଧାୟକ ଶ୍ରୀ ସାଏଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ବିଧାୟକ ଶ୍ରୀ ସାଏଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଅତି ଶୀଘ୍ର ସେଠାର ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣକରି ସେମାନେଙ୍କ ସମସ୍ୟାକୁ ଦୂର କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular