spot_img

ଚିଲିକାରେ ଫ୍ଲୋରା ଓ ଫୋନା ସର୍ଭେ

ଚିଲିକା: ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଓ ଫୋନା ସର୍ଭେ । ଚିଲିକା ଉପରେ ରିସୋର୍ଚ୍ଚ କରୁଥିବା ଗବେଷକ ଓ ବୈଜ୍ଞାନିକ ମାନେ ଏଥିରେ ସାମିଲ ହୋଇଛନ୍ତି । ଏଥିପାଇଁ ୧୮ଟି ଗ୍ରୃପ କରାଯାଇଛି । ପ୍ରତିଗ୍ରୃପରେ ୫ରୁ ୬ଜଣ ରହିବେ । ପ୍ରାୟ ୧୦୦ ଜଣ ଗବେଷକ ଓ ବୈଜ୍ଞାନିକ ରହିବେ । ଏଥିପାଇଁ ୧୮ଟି ଡ଼ଙ୍ଗା ମଧ୍ୟ ନିୟୋଜିତ ହୋଇଛି । ଜପିଏସ ଟ୍ରାକରେ ବାଇନାକୁଲାର୍ ସାହାର୍ଯ୍ୟରେ ଚିଲିକାରେ ଥିବା ଛୋଟ – ଛୋଟ ଗୁଳ୍ମ , ଉଦ୍ଭିଦ, ଜଳଚର ପ୍ରାଣୀ , ବିଦେଶୀ ପକ୍ଷୀ ଏବଂ ଉଲଫିନ ଇତ୍ୟାଦିର ଗଣନା ଆଦି ସମ୍ପର୍କରେ ଗବେଷଣା କରାଯିବ । ଏହି ସର୍ଭେ ସମୟରେ ଚିଲିକା ମଧ୍ୟରେ ମସôଜିବୀଙ୍କ ଡ଼ଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ ସିଡ଼ିଏ ପକ୍ଷରୁ ବିଭିନ୍ନ ଡ଼ଙ୍ଗା ଆସୋସିଏସନକୁ ଅନୁରୋଧ କରାଯାଇଛି । ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ସର୍ଭେ ଓ ଗଣନା କରାଯିବ ବୋଲି ସିଡ଼ିଏ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular