ବଲାଙ୍ଗୀର : ଆସନ୍ତା ୧୯ ତାରିଖରେ ବଲାଙ୍ଗୀରର ପ୍ରସିଦ୍ଧ ଆଦିବାସୀଙ୍କ ପାରମ୍ପରିକ ଯାତ୍ରା ସୁଲିଆ ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୧୯ ତାରିଖରେ ସକାଳୁ ଦେଓଗାଁ ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତର ଖଇରଗୁଡା ଗାଁରେ ପ୍ରତିବର୍ଷ ଭଳି ପାଳିତ ହେବ ସୁଲିଆ ଯାତ୍ରା । ଏହି ଗାଁର ବଡ ଖଳା ଓ ସାନ ଖଳାଠାରେ ପ୍ରଥମେ ପୂଜାର୍ଚ୍ଚନା ସହ ପରେ ପଡିବ ବଳି । ସକାଳୁ ଦେବତାଙ୍କୁ ଆବାହନ କରାଯିବା ସହ ପୂଜାର୍ଚ୍ଚନା କରାଯାଇଥାଏ । ବଲାଙ୍ଗୀର ଜିଲ୍ଲା ସହ କଳାହାଣ୍ଡି, ବରଗଡ, ସମ୍ବଲପୁର, ମାଲକାନଗିରି, କୋରାପୁଟ, ଝାରସୁଗୁଡା, ରାଉରକେଲା ସହ ପଡୋସୀ ରାଜ୍ୟ ଛତିଶଗଡରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତି ତାଙ୍କ ମାନସିକ ନେଇ ଓ ବିଭିନ୍ନ ପଶୁ ପକ୍ଷୀଙ୍କୁ ମାନସିକ ପୁରଣ ହେବାପରେ ବଳି ଦେବାକୁ ।
ସୁଲିଆ ଯାତ୍ରା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ସୁଲିଆ ଯାତ୍ରାକୁ ନେଇ ବୈଠକ ଶେଷ ହୋଇଛି । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସୁଲିଆ ପୂଜା କମିଟି ସହ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହୋଇଛି ବୈଠକ । ତେବେ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ସୁଲିଆ ଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ବିଭିନ୍ନ ବିଭାଗ ଦ୍ବାରା ଯୋଗାଇ ଦେବା ସହ କିଭଳି ଭାବରେ କରୋନା କଟକଣାକୁ ଦୃଷ୍ଟିରେ ରଖି ପାଳନ କରି ଯାତ୍ରା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0