ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହା ଅଭିଯାନ । ଏହି ମହାମାରୀ ବିରୋଧରେ ଆଜିଠୁ ଦେଶ ସମେତ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ। ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ଟିକା। ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ଆରମ୍ଭ ସମ୍ପର୍କୀତ ସୂଚନା ଦେବାକୁ ଯାଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, କୋଭିଡ ଯୁଦ୍ଧର ଅନ୍ତିମ ପର୍ୟ୍ୟାୟରେ ଆମେ ଉପନୀତ ହୋଇଛୁ। ଆଜି କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାୟକ ଟିକା ନେଇଛନ୍ତି। ୨ୟରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଟିକା ନେଇଛନ୍ତି। । ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବ। କାଲି ଟିକା ଦିଆଯିବନି। ନୀରିକ୍ଷଣ କରାଯିବ। ଆସନ୍ତା ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ନିମନ୍ତେ ଟାର୍ଗେଟ ରଖାଯାଇଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0