spot_img

ମରଣ ମୁହଁରୁ ଫେରିଲେ ଟ୍ରାକ୍ଟର ଚାଳକ

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ବଜାର ନିକଟରେ ଘଟିଛି ଅଭାବନୀୟ ଘଟଣା। ଦୀର୍ଘ ସମୟ ଧରି ଟ୍ରାକ୍ଟର ତଳେ ଚାପି ହୋଇଥିବା ସତ୍ତ୍ୱେ ମରଣ ମୁହଁରୁ ଫେରି ଆସିଛନ୍ତି ଚାଳକ ସାହେବ ପାତ୍ର । ଆଜି ସକାଳେ ସ୍ଥାନୀୟ ଆଠବ।ଟିଆ ଗ୍ରାମର ସାହେବ ପାତ୍ର ଏକ ଟ୍ରାକ୍ଟରରେ ବାଲି ନେଇ ସିମୁଳିଆ ବଜାର ନିକଟ ରାସ୍ତାରେ ଯାଉଥିଲେ। ସେହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଦଶ ଫୁଟ ରାସ୍ତା ତଳେ ଥିବା ଖାଳ ଭିତରକୁ ଖସି ପଡ଼ିଥିଲା । ଦୁର୍ଭାଗ୍ୟବଶତଃ ଡ୍ରାଇଭର ସାହେବ ଇଞ୍ଜିନ ତଳେ ରହି ଯାଇଥିଲେ । ତେବେ ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଛନ୍ତି । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular