ମୁମ୍ବାଇ : ‘କୌନ ବନେଗା କାରୋଡ଼ପତି’ ସିଜନ-୧୨ର ସୁଟିଂ ପୁରା ହୋଇଯାଇଛି। ଖୁବ ଶୀଘ୍ର ଶୋ’ ଶେଷ ହେବାକୁ ଯାଉଛି। ଶୋ’ ନିର୍ମାତା ସିଜନର ଶେଷ ଏପିସୋଡକୁ ଦେଶଭକ୍ତି ହିସାବରେ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧୫, ସେନା ଦିବସ ଅବସରରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ଏପିସୋଡ ସୁତ କରାଯାଇଥିଲା। ଗ୍ରାଣ୍ଡ ଫାଇନାଲ୍ ଏପିସୋଡରେ ଅମିତାଭ ବଚ୍ଚନ କାରଗିଲ ଯୋଦ୍ଧା ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ଓ ସୁବେଦାର ସଂଜେ ସିଂହଙ୍କୁ ସ୍ୱାଗତ କରିବେ। ଏହା ପୂର୍ବରୁ ଶୋ’ରେ ମିଲିଟାରୀ ବ୍ୟାଣ୍ଡ ପରଫର୍ମ ହେବ। ସୋନି ଟିଭି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘କୌନ ବନେଗା କାରୋଡ଼ପତି’ ଶୋ’ର ଗ୍ରାଣ୍ଡ ଫାଇନାଲର ଟିଜର ସେୟାର କରିଛି। ଏଥିରେ ସେନା କର୍ମଚାରୀ ଷ୍ଟୁଡିଓରେ ପରେଡ ସହ ପରଫର୍ମ କରୁଥିବା ନଜର ଆସିଛନ୍ତି।ଭିଡିଓ ସେୟାର କରି ସୋନି ଟିଭି କ୍ୟାପ୍ସନ ଦେଇଛି, “ଆମେ ଏହି ମଞ୍ଚରୁ ଭାରତୀୟ ସେନାକୁ ସଲାମ ଜଣାଉଛୁ”



Visitors Today : 1
Total Visitors : 130170
Total Views : 9891616
Visitors Online Now : 0