ଭୁବନେଶ୍ୱର: ଚିଲିକାରେ ବଢ଼ିଲା ବିରଳ ପ୍ରଜାତି ଇରାୱାଡି ଡଲଫିନଙ୍କ ସଂଖ୍ୟା। ଚିଲିକା ବିକାଶ ପ୍ରାଧିକରଣର ବାର୍ଷିକ ସର୍ଭେ ଅନୁଯାୟୀ ୨୦୧୯ ବର୍ଷ ତୁଳନାରେ ୨୦୨୦ରେ ଏଠାକାର ଡଲଫିନ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୯ରେ ଏଠାରେ ଇରାୱାଡି ଡଲଫିନଙ୍କ ସଂଖ୍ୟା ୧୫୦ ଥିବାବେଳେ ୨୦୨୦ରେ ୧୫୬ରେ ପହଞ୍ଚିଛି। ଆଜି ୧୮ ଟି ଟିମକୁ ନେଇ ୬ ଘଣ୍ଟା ଧରି ଚାଲିଥିଲା ଡଲଫିନ ଗଣନା। ବାଲୁଗାଁ ଠାରୁ ୧୦ଟି ଟିମ୍, ସାତପଡ଼ାରୁ ୮ଟିମକୁ ନେଇ ଗଣନା କାର୍ୟ୍ୟ ଚାଲିଥିଲା। ଏବର୍ଷ ଚିଲିକାରେ ୧୫୬ଟି ଡଲଫିନ ଥିବା ଗଣନାରୁ ଜଣାପଡ଼ିଛି। ଚିଲିକାରେ ବାସ କରୁଥିବା ଫ୍ଲାଗସିପ ପ୍ରଜାତି ହେଉଛି ଇରାୱାଡି ଡଲଫିନ। ଏହି ପ୍ରଜାତିର ଡଲଫିନ ବର୍ତ୍ତମାନ ଏସିଆ ସୀମା ତଥା ଚିଲିକାଠାରୁ ଇଣ୍ଡୋନେସିଆ ଭିତରେ ହିଁ ଦେଖିବାକୁ ମିଳେ। ଏନେଇ ଭାରତୀୟ ଇରାୱାଡି ଡଲଫିନ ୱାଇଲ୍ଡ ଲାଇଫ ଅଧିନିୟମ୧୯୭୨ରେ ଉଲ୍ଲେଖ ଥିବା ସିଡିଏ ନିଜ ବିବୃତ୍ତିରେ କହିଛି। ରାଜ୍ୟ ଜଙ୍ଗଲ ବିଭାଗର ୱାଇଲ୍ଡ ଲାଇଫ ୱିଙ୍ଗ ସହ ସମନ୍ୱୟ ରକ୍ଷା କରି ଇରାୱାଡି ଡଲଫିନଙ୍କ ସୁରକ୍ଷା ତଥା ସଂରକ୍ଷଣ ପାଇଁ ସିଡିଏ ଅନେକ ପଦେକ୍ଷପ ଆରମ୍ଭ କରିଛି ବୋଲି ସିଡିଏ ମୁଖ୍ୟ କାର୍ୟ୍ୟନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି। ସେ କହିଛନ୍ତି, ନିକଟରେ ଚିଲିକା ହ୍ରଦରେ ଡଲଫିନ ବାସସ୍ଥାନର ସର୍ଭେ ଏବଂ ଚିହ୍ନଟ କରାଯାଇଥି। ଏଥିସହ ଡଲଫିନକୁ ଦେଖିବା ପାଇଁ ଏକ ସ୍ବତନ୍ତ୍ର ପ୍ରୋଟୋକଲ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଡଙ୍ଗା ଚଲିବା ବେଳେ ଡଲଫିନଙ୍କୁ ଯେପରି କୌଣସି କ୍ଷତି ପହଞ୍ଚିବନି ସେଥିପାଇଁ ଡଙ୍ଗା ଚାଳକଙ୍କୁ ଏକ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଇଥିଲା ବୋଲି ସେ କହିଛନ୍ତି। ୨୦୦୩ ମସିହାରୁ ସିଡିଲ ଇରାୱାଡି ଡଲଫିନଙ୍କ ବାର୍ଷିକ ସଂଖ୍ୟାର ସର୍ଭେ କରାଯାଉଛି। ୧୫ ଜାନୁଆରୀ ୨୦୨୧ରେ ଜଳ ତଥା ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଉପରେ ଟ୍ରାନଜିକ୍ଟ ସର୍ଭେ ପଦ୍ଧତି ଦ୍ୱାରା ବାର୍ଷିକ ସର୍ବେକ୍ଷଣ କରାଯାଇଥିଲା। ଏହି ସର୍ଭେର ପ୍ରତିଟି ଟିମକୁ ବାଇନାକୁଲାର, ଜିପିଏସ ବଂ ଡାଟା ରେକର୍ଡିଂ ସିଟ ଦିଆଯାଇଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0