କୋଣାର୍କ : ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ବସଷ୍ଟାଣ୍ଡ ନିକଟରେ ଥିବା କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ରୋଷେୟା ଓ ଦୁଇ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସ୍କୁଲ ଖୋଲିବା ପୂର୍ବଦିନ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ଜଣେ ଶିକ୍ଷକ ଓ ରୋଷେୟା କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ଏହି ଶିକ୍ଷକ ଓ ରୋଷେୟା ଗୃହ ସଂଗରୋଧରେ ରହିଛନ୍ତି। ଏବେ ବିଦ୍ୟାଳୟର ଛାତ୍ରାବାସରେ ପ୍ରାୟ ଶହେ ଜଣ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ରହୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀ ଛାତ୍ରୀ ଓ ଜଣେ ଦିବାଧ୍ୟାୟୀ ଛାତ୍ର ଅସୁସ୍ଥ ହୋଇପଡ଼ିବା ପରେ ସେମାନଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଏମାନେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଏବେ କୋଣାର୍କରେ ପୁଣି କରୋନା ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି। ମହାମାରୀ କରୋନା ପ୍ରଭାବରେ ଦୀର୍ଘ ନଅ ମାସ ସ୍କୁଲ ବନ୍ଦ ରହିବା ପରେ ଗତ ୮ ତାରିଖରେ ବିଦ୍ୟାଳୟ ଖୋଲାଯାଇଛି।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0