ଭଦ୍ରକ: ଗତ ବିଳମ୍ବିତ ରାତିରେ ବେଆଇନ ଗୋଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ କଲେଜ ନିକଟରୁ ୬ଟି ପିକଅପରେ ଯାଉଥିବା ୧୦୧ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହାଛଡ଼ା ୬ଜଣ ଚାଳକ ଓ ଜଣେ ହେଲପରଙ୍କୁ ଥାନାରେ ଅଟକ ରଖାଯାଇଛି। ଏହି ପିକଅପଗୁଡ଼ିକରେ ଭଣ୍ଡାରୀ ପୋଖରୀରୁ ପଶ୍ଚିମବଙ୍ଗକୁ ବେଆଇନ ଗୋଚାଲାଣ ହେଉଥିବାର ସୂଚନା ମିଳିଛି। ସିମୁଳିଆ କଲେଜ ନିକଟରୁ ୬ଟି ପିକଅପକୁ ସିମୁଳିଆ ଥାନା ଅଧିକାରୀ ପର୍ଶୁରାମ ସାହୁ ଜବତ କରିବା ସହିତ ସେଥିରେ ଥିବା ୧୦୧ଗୋରୁଙ୍କୁ ମଇତାପୁର ସ୍ଥିତ ଗୋଶାଳାରେ ଛାଡ଼ିଛନ୍ତି। ଏଣେ ଭଦ୍ରକ-ଧାମନଗର ରାସ୍ତାର ଭଣ୍ଡାରୀ ଛକରେ ଗୋରୁ ବୋଝେଇ ପିକଅପ ଓଲଟି ୫ ଗୋରୁଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଖାଲି ସେତିକି ନୁହେଁ, ଗାଡ଼ି ଛାଡ଼ି ବେପାରୀ ଫେରାର ହୋଇଛନ୍ତି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0