କରଞ୍ଜିଆ : ଅଭାବନୀୟ ଘଟଣା । ଭାଇର ତୀରମାଡ଼ରେ ଭାଇ ଗୁରୁତର । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଅଣ୍ଡି ଗାଁରେ ଘଟିଛି ଘଟଣା । ପାରିବାରିକ ଝଗଡ଼଼ାକୁ ନେଇ ତୀରମାଡ଼ ହୋଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଶନିବାର ବିଳମ୍ବିତ ରାତିରେ ଭାଇ-ଭାଇ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା । ମଝିଆ ଭାଇ ତିବରୁ ପିଙ୍ଗୁଆ ଝଗଡ଼ାରେ ରାଗିଯାଇ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇକୁ ମାରି ଥିଲା । ତୀରମାଡ଼ରେ ବୁଧୁରାମ ପିଙ୍ଗୁଆ ଗୁରୁତର ହୋଇଥିଲା । ଗ୍ରାମବାସୀଙ୍କ ସହାୟତାରେ ବୁଧୁରାମ ପିଙ୍ଗୁଆଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ହସ୍ପିଟାଲକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଖବର ପାଇ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂ ହସ୍ପିଟାଲରେ ପହଂଚି ଘଟଣା ବିଷୟରେ ଜାଣିବା ପରେ ତୀର ମାଡ଼ କରିଥିବା ମଝିଆଁ ଭାଇ ତିବରୁ ପିଙ୍ଗୁଆ କୁ ଥାନା ରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0